27.1 C
Bhubaneswar
Sunday, January 23, 2022
Homeଖେଳଭରତ ଅରୁଣ କେକେଆର୍ ବୋଲିଂ କୋଚ୍‌

ଭରତ ଅରୁଣ କେକେଆର୍ ବୋଲିଂ କୋଚ୍‌

କୋଲ୍‌କାତା : ଆଗାମୀ ଆଇପିଏଲ୍‌-୨୦୨୨ ପୂର୍ବରୁ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଟିମ୍ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍ ଭରତ ଅରୁଣଙ୍କୁ ଶୁକ୍ରବାର ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି । ୨୦୧୪ରୁ ଗତ ଆଇସିସି ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବୋଲିଂ କୋଚ୍ ଥିବା ଅରୁଣ ଟିମ୍‌କୁ ନୂଆ ଶିଖରରେ ପହଞ୍ଚାଇବରେ ସହାୟତା କରିଥିଲେ । ସେହିପରି ଜଣେ ଖେଳାଳି ଭାବେ ଟେଷ୍ଟ ଓ ଦିନିକିଆରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅରୁଣ ଘରୋଇ କ୍ରିକେଟ୍‌ରେ ତାମିଲନାଡ଼ୁର ସବୁଠୁ ସଫଳ ବୋଲର୍ ଥିଲେ । କେକେଆର୍ ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲନ୍ ତାଙ୍କୁ ଟିମ୍‌ର କୋଚିଠ ଷ୍ଟାଫ୍‌ରେ ସ୍ୱାଗତ କରିବା ସହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ଜଣେ ସଫଳ ଓ ଶକ୍ତିଶାଳୀ କୋଚ୍ ବୋଲି କହିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଅଭିଜ୍ଞତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା କ୍ଷମତା ଆମ ବୋଲର୍‌ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମ୍ୟାକ୍ୟୁଲମ୍ କହିଛନ୍ତି ।

ତାମିଲନାଡ଼ୁ ରାଜ୍ୟ ଟିମ୍‌ରେ କୋଚିଂ କ୍ୟାରିୟର୍ ଆରମ୍ଭ କରିଥିବା ଅରୁଣ ପରେ ବେଙ୍ଗାଲୁରୁସ୍ଥିତ ଏନ୍‌ସିର ମୁଖ୍ୟ ବୋଲିଂ କୋଚ୍ ହୋଇଥିଲେ । ଏହାପରେ ସେ ଭାରତୀୟ ଅଣ୍ଡର-୧୯ ସ୍କ୍ୱାଡ୍‌ର ମୁଖ୍ୟ କୋଚ୍ ହୋଇଥିଲେ ଏବଂ ତାଙ୍କ କୋଚିଂରେ ଟିମ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୨ ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇଥିଲା । ଏକ ସଫଳ ଫ୍ରାଞ୍ଚାଇଜ୍‌ର ଅଂଶବିଶେଷ ହେବା ପରେ ବିଶେଷ ଉତ୍ସାହିତ ଅଛନ୍ତି ବୋଲି ଅରୁଣ କହିଛନ୍ତି । ସେହିପରି ଆଇପିଏଲ୍ ସହ ବିଶ୍ୱ ଟି-୨୦ ଲିଗ୍‌ରେ ନାଇଟ୍ ରାଇଡର୍ସର ଅନେକ ସଫଳତା ସହ ଏହାର ପେସାଦାର ଯାତ୍ରାର ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରି କେକେଆର୍ ସିଇଓ ଓ ଏମ୍‌ଡି ଭେଙ୍କି ମେସୁର୍ କହିଛନ୍ତି ଭରତ ଅରୁଣଙ୍କୁ ବୋଲିଂ କୋଚ୍ ଭାବେ ପାଇ ଆମେ ବିଶେଷ ଉତ୍ସାହିତ । ସେ କେକେଆର୍‌ର ଶକ୍ତିଶାଳୀ କୋଚିଂ ଷ୍ଟାଫ୍‌କୁ ବିଶେଷ ଅଭିଜ୍ଞତା ପ୍ରଦାନ କରିବେ ବୋଲି ଆଶା ଏବଂ ଆମେ ତାଙ୍କୁ ନାଇଟ୍ ରାଇଡର୍ସ ପରିବାରକୁ ସ୍ୱାଗତ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking