40.1 C
Bhubaneswar
Thursday, April 25, 2024
Homeଓଡିଶାଏଣିକି ବିବାହ, ବ୍ରତ ଦିନବେଳା : ଉପଜିଲ୍ଲାପାଳ

ଏଣିକି ବିବାହ, ବ୍ରତ ଦିନବେଳା : ଉପଜିଲ୍ଲାପାଳ

ଭଞ୍ଜନଗର : ମାଡି ଆସୁଛି କରୋନା । ସତର୍କ ନରହିଲେ ବିପଦ । ତେଣୁ ରାଜ୍ୟ ସରକାର କରୋନାର ଦ୍ୱିତୀୟ ଲହରକୁ ଅଟକାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ ଜୋରିମାନା ଆଦାୟ ବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜନସାଧାଣଙ୍କୁ ସତର୍କ କରାଇ ଦେଇଛନ୍ତି । ଏଣିକି ବିବାହ, ବ୍ରତ ଆଦି କାର୍ଯ୍ୟ କେବଳ ଦିନବେଳା ହିଁ ହୋଇପାରିବ । ରାତିରେ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିିବ ନାହିଁ ।

ଏଭଳି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ଜଣ ଉପସ୍ଥିତ ରହିବେ । ସେହିପରି ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ଅତି ବେଶୀରେ ୨୦ଜଣଙ୍କୁ ହିଁ ଅନୁମତି ମିଳିପାରିବ । ପ୍ରତ୍ୟେକ ବ୍ୟାବସାୟୀକ ଅନୁଷ୍ଠାନ ପଞ୍ଚସୂତ୍ରୀ ନିୟମ ମାନିବାକୁ ବାଧ୍ୟ କରାଯାଇଛି । ନିୟମ ଉଲଙ୍ଘନ କଲେ ଅନୁଷ୍ଠାନକୁ ୭ ଦିନ ପାଇଁ ଦୋକାନ ବନ୍ଦ କରାଯିବ ବୋଲି ଉପଜିଲ୍ଲାପାଳ ସର୍ତକ କରାଇ ଦେଇଛନ୍ତି ।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଞ୍ଜନଗର ଓ ଆସିକା ଠାରେ ୨ଟି କୋଭିଡ କେୟାର ସେଣ୍ଟର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆମାନେ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଧରି ଆସିବା ବାଧ୍ୟତାମୂଳକ କରାଯାଇଛି । ତାହା ନଦେଖାଇ ପାରିଲେ ଟିଏମସି ସେଣ୍ଟରରେ ୭ ଦିନ ରହିବେ । ସେହିପରି ଜଳଖିଆ ଦୋକାନ, ମିଲ୍‌ସ ହୋଟେଲ୍ ଏଣିକି ଖୋଲାରେ ଖାଦ୍ୟ ପରିବେଷଣ କରିପାରିବେ ନାହିଁ । କେବଳ ପାର୍ସଲ ଦେଇପାରିବେ । ସରକାରୀ କାର୍ଯ୍ୟାଳୟ ଏବେ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking