33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜେଲରେ ରହିବ ନାହିଁ ଭିଆଇପି ସେଲ, ପଂଜାବ ସରକାରଙ୍କ ବଡ ବୟାନ

ଜେଲରେ ରହିବ ନାହିଁ ଭିଆଇପି ସେଲ, ପଂଜାବ ସରକାରଙ୍କ ବଡ ବୟାନ

ନୂଆଦିଲ୍ଲୀ : ପଂଜାବ ର ମୁଖ୍ୟମନ୍ତ୍ରୀ ଭଗବତ ମାନ ଏକ ବଡ ଘୋଷଣା କରିଛନ୍ତି । ଜେଲ ରେ ଏବେ ଆଉ ଭିଆଇପି ସେଲ ନ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଭିଆଇପି କଲଚର କୁ ଶେଷ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସରକାର । ପଂଜାବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜେଲ ରେ ଭିଆଇପି ସେଲ କୁ କାଢି ଦିଆଯାଇଛି । ଜେଲ ମାନଙ୍କ ରେ ମୋବାଇଲ ଫୋନ ର ବ୍ୟବହାର ନେଇ ଲଗାତାର ଅଭିଯୋଗ ଆସିବା ପରେ ମାନ ସରକାର ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।ଏ ନେଇ ଏବେ ପଂଜାବ ର ଜେଲ ମାନଙ୍କ ରେ ଲଗାତାର ସର୍ଚ ଡ୍ରାଇଭ ଚାଲୁଛି । ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ କହିବା ଅନୁସାରେ , ପଂଜାବ ରେ ସରକାର ଗଢବା ପରେ ପଂଜାବ ର ସମସ୍ତ ଜେଲ ରୁ ଏବେ ଯାଏଁ ୭୧୦ ମୋବାଇଲ ଫୋନ କୁ ଜବତ କରାଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ କି, ଏହାରି ଭିତରେ ପଂଜାବ ଜେଲ ର ସମସ୍ତ ଉଚ୍ଚ ଅଧିକାରୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କୁ ଲଗାତାର ଭାବେ ଚେତାବନୀ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking