31.1 C
Bhubaneswar
Friday, March 29, 2024
Homeଓଡିଶାବିଜୁ ଯୁବ ବାହିନୀ ର 'ସଚେତନ ଓ୍ବାର୍ଡ, ସୁରକ୍ଷିତ ଓ୍ବାର୍ଡ' ଅଭିଯାନ

ବିଜୁ ଯୁବ ବାହିନୀ ର 'ସଚେତନ ଓ୍ବାର୍ଡ, ସୁରକ୍ଷିତ ଓ୍ବାର୍ଡ' ଅଭିଯାନ

ଭବାନୀପାଟଣା: କଳାହାଣ୍ଡି ବିଜୁ ଯୁବ ବାହିନୀ କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ପାଖକୁ ପହଞ୍ଚି ସବୁବେଳେ ଚର୍ଚ୍ଚା କୁ ଆସିଛି । ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବ ବାହିନୀ ର ସ୍ବେଚ୍ଛାସେବୀ ମାନେ ଏବେ ନିଆରା ଅଭିଯାନ ନେଇ ଭବାନୀପାଟଣା ସହରର ବିଭିନ୍ନ ଓ୍ବାର୍ଡ ଯାଇ ‘ସଚେତନ ଓ୍ବାର୍ଡ , ସୁରକ୍ଷିତ ଓ୍ବାର୍ଡ’ ଅଭିଯାନ ଜରିଆରେ ଲୋକଙ୍କୁ ସଚେତନ କରୁଛନ୍ତି ।
ଆଜି ଭବାନୀପାଟଣା ପୌରାଞ୍ଚଳ ଓ୍ବାର୍ଡ ନଂ ୧୧ ର ଜନାଖାଲ ପଡା ଓ ଓ୍ବାର୍ଡ ୧୨ର ଆଶାସାଗର ପଡା ଠାରେ ଲୋକଙ୍କୁ ମାସ୍କ, ସାବୁନ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ବିଜୁ ଯୁବ ବାହିନୀ ର ସ୍ବେଚ୍ଛାସେବୀ ମାନେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ କାର୍ତୀକେଶ୍ବର ସାମଲ, ଜିତେନ୍ଦ୍ର ବେହେରା,ମହମ୍ମଦ ମୋସିମ, ମହମଦ ଇସମାଇଲ, ପ୍ରସନ୍ନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

https://onakhabar.com/2020/04/30/7-block-of-tileibani-village-declared-contenment-zone-of-deogarh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking