26.7 C
Bhubaneswar
Friday, April 19, 2024
Homeଓଡିଶାନକଲି ପ୍ରତି ସାବଧାନ! କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ

ନକଲି ପ୍ରତି ସାବଧାନ! କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ

ଭୁବନେଶ୍ୱର:କଟକରେ ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି ।
କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।
ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାକୁ ନେଇ ପୁରୀଘାଟ ଥାନା ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏହି ନକଲି ଔଷଧର ଚେର କେତେବାଟ ଯାଏଁ ଲମ୍ବିଛି ସେନେଇ ଚନାଘନା ଚଳାଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking