28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜେଫ୍ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ବେନାର୍ଡ ଆର୍ନଲ୍ଟ

ଜେଫ୍ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ବେନାର୍ଡ ଆର୍ନଲ୍ଟ

ନୂଆଦିଲ୍ଲୀ: ବିଗତ ଲମ୍ବା ସମୟ ଧରି ଦୁନିଆର ଧନୀ ବ୍ୟକ୍ତିଙ୍କ ସୂଚୀର ପ୍ରଥମରେ ଥିବା ଆମାଜନର ଫାଉଣ୍ଡର ରେଫ ବେଜୋସଙ୍କ ରାଜତ୍ୱ ଏବେ ଶେଷ ହୋଇଛି । ତାଙ୍କର ବାଦଶାହତ ଶେଷ କରିଥିବା ଲୁଇସ ଭୁଇସନ କମ୍ପାନୀର ମାଲିକ ବେନାର୍ଡ ଆର୍ନଲ୍ଟ । ବେର୍ନାର୍ଡ ଆର୍ନଲ୍ଟ ଜେଫ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ର ତାଜ୍ ନିଜ ନାମରେ କରିଛନ୍ତି । ବର୍ତମାନ ବେନାର୍ଡ ଫୋର୍ବସ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି । ବେନାର୍ଡ ଆର୍ନଲ୍ଟ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ନିଜ କମ୍ପାନୀ ଲୁଇସ ଭୁଇସନ ପାଇଁ ବନିଛନ୍ତି । ଗତ କିଛି ଦିନ ଧରି ତାଙ୍କ କମ୍ପାନୀ ଲୁଇସ ଭୁଇସନ ଲଗାତର ଭାବରେ ଭଲ ବ୍ୟବସାୟ କରୁଛି । ଏଥିପାଇଁ ଏହି କମ୍ପାନୀର ସେୟାରରେ ଭଲ ଉତ୍ସାହ ଦଖିବାକୁ ମିଳିଛି । ସେୟାରରେ ଉତ୍ସାହ ସହ କମ୍ପାନୀର ବାଲ୍ୟୁ ବି ଦୃତ ଭାବରେ ବଢୁଛି । ଏହାର ଫାଇଦା କମ୍ପାନୀର ମାଲିକ ବେନାର୍ଡ ଆର୍ନଲ୍ଟଙ୍କୁ ମିଳିଛି ଓ ସେ ଫୋର୍ବସ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସୂଚୀରେ ଜେଫ ବେଜୋସଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନକୁ ଆସିଛନ୍ତି ।
ଲିଷ୍ଟ ଅନୁସାରେ ୧୯୮୯୦ କୋଟି ଡଲାରର ସଂପତ୍ତି ଏବେ ତାଙ୍କର ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ଜେଫ ବେଜୋସଙ୍କ ମୋଟ ସଂପତି ୧୯୪୯୦ କୋଟି ଡଲାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking