30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମହାକାଶରେ ବରମୁଡା ଟ୍ରାଙ୍ଗଲ

ମହାକାଶରେ ବରମୁଡା ଟ୍ରାଙ୍ଗଲ

ନୂଆଦିଲ୍ଲୀ: ଅନେକ ସମୟ ଧରି ବରମୁଡା ଟ୍ରାଙ୍ଗଲ ରହସ୍ୟ ବନି ହୋଇ ରହିଛି । ଏହା ଆଟଲାଣ୍ଟିକ ମହାସାଗରର ସେହି କ୍ଷେତ୍ର ଯେଉଁଠି ଅନେକ ବିମାନ, ଏୟାରକ୍ରାଫ୍ଟ ଓ ଜାହାଜ ରହସ୍ୟମୟୀ ଭାବରେ ଗାୟବ ହୋଇସାରିଛି । ଅନେକ ଗବେଷଣା ପରେ ବି ବୈଜ୍ଞାନିକମାନେ ଏହା ଉପରୁ ପରଦା ଉଠାଇ ପାରିନାହାନ୍ତି । ବିଗତ କିଛି ବର୍ଷ ଧରି ଏହାର ରାଜ୍ ଜାଣିବା ପାଇଁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି । ହେଲେ ତାଙ୍କୁ ସଫଳତା ମିଳିନାହିଁ । ଏହି ସ୍ଥାନ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା ବ୍ରିଟେନର ପ୍ରବାସୀ କ୍ଷେତ୍ର । ଏହି ସ୍ଥାନ ସଂଯୁକ୍ତ ରାଜ୍ୟ ଆମେରିକାର ପୂର୍ବ ତଟ ମିୟାମୀରୁ ୧୭୭୦ କିଲୋମିଟର ଓ ହେଲିଫ୍ୟାକ୍ସ, ନୋବା ସ୍କୋଟିୟାର ଦକ୍ଷିଣରେ ୧୩୫୦ କିଲୋମିଟର ଦୂରରେ ଅବସ୍ଥିତ ।
ହେଲେ ଆପଣ ଜାଣିଛନ୍ତି କି, ମହାକାଶରେ ବି ଏମିତି ଏକ କ୍ଷେତ୍ର ରହିଛି, ଯାହାକୁ ବରମୁଡା କୁହାଯାଏ । ମହାକାଶଯାତ୍ରୀଙ୍କୁ ଏହି କ୍ଷେତ୍ର ଦେଇ ଯିବା ସମୟରେ ଏକ ଭିନ୍ନ ଧରଣର ଅନୁଭବ ହୋଇଥାଏ । ସେହି ସ୍ଥାନ ଦେଇ ଯିବା ସମୟରେ ସେମାନଙ୍କ ସିଷ୍ଟମ ଓ କମ୍ପ୍ୟୁଟର କାମ କରେନାହିଁ  ଓ ସେଠାରେ ଏକ ଚମକ ନଜର ଆସେ । ମହାକାଶରେ ଥିବା ବରମୁଡା ଟ୍ରାଙ୍ଗଲ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଓ ବ୍ରାଜିଲର ଠିକ୍ ଉପର ଆକାଶରେ ରହିଛି । ଯେତେବେଳେ ଏହି କ୍ଷେତ୍ରରୁ କିଏ ଅନ୍ତରୀକ୍ଷ ଯାନ କିମ୍ବା ସ୍ପେସ  ଷ୍ଟେସନ ଯାଏ, ସେହି ସମୟରେ କମ୍ପ୍ୟୁଟର ରେଡିଏସନର ଶିକାର ହୋଇଥାଏ । ଅନ୍ତରୀକ୍ଷଯାତ୍ରୀଙ୍କ ଆଖି ଏକ ଚମତ୍କାର କିରଣ ଦ୍ୱାରା ଚମକି ଉଠେ । ମହାକାଶରେ ତିବା ବରମୁଡା ଟ୍ରାଙ୍ଗଲକୁ ସ୍ପେସ ଯାତ୍ରୀ ସାଉଥ ଆଟଲାଣ୍ଟିକ ଏନୋମଲୀ କୁହନ୍ତି ।  ମହାକାଶରେ ଏହି ଅଂଚଳରୁ ଯାଇତିବା ଅନ୍ତରୀକ୍ଷ ଯାନ ଓ ସ୍ପେସ ଷ୍ଟେସନ ଯେତେ ଜଲଦି ଏହାକୁ ଅତିକ୍ରମ କରିବା ପାଇଁ ଚେଷ୍ଟା କରନ୍ତି । ଏହାସହିତ ଏହିବାଟ ଦେଇ ଅତିକ୍ରମ କରୁଥିବା ସାଟେଲାଇଟକୁ ବି ରେଡିଏସନ ହାମଲାର ଶିକାର ହେବାକୁ ପଡିଥାଏ । କମ୍ପ୍ୟୁଟର ସିଷ୍ଟମ କାମ କରେନାହିଁ । ଯେଉଁଥିପାଇଁ ନାସାର ସ୍ପେସ ଟେଲିସ୍କୋପ ବି ଏହିବାଟ ଦେଇ ଅତିକ୍ରମ କରିବା ସମୟରେ କାମ କରେନାହିଁ । ବୈଜ୍ଞାନିକଙ୍କ କହିବା କଥା ହେଲା ଯେ, ସୂର୍ଯ୍ୟଙ୍କ ନିକଟରୁ ସର୍ବଦା କିରଣ ବାହାରିଥାଏ । ସେହି କିରଣରେ ଇଲେକ୍ଟ୍ରୋନ ଓ ରେଡିଏସନ ବି ରହିଥାଏ । ଯେତେବେଳେ ଏହି ରେଡିଏସନ ସୂର୍ଯ୍ୟଙ୍କ କିରଣ ସହିତ ପୃଥିବୀରେ ପହଂଚେ, ପୃଥିବୀ ଉପରେ ଥିବା ଏକ ପରସ୍ତ ଯାହାକୁ ବ୍ୟାନ ଏଲେନ ବେଲ୍ଟ କୁହାଯାଏ, ତାହା ରେଡିଏସନକୁ ପୃଥିବୀରେ ପଂହଚିବାରୁ ରୋକିଥାଏ । ଏହାଦ୍ୱାରା ମହାକାଶରେ ସେହି ଅଂଚଳରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରେଡିଏସନର ପ୍ରଭାବ ଅଧିକ ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking