31.1 C
Bhubaneswar
Friday, March 29, 2024
Homeଯୁଦ୍ଧ ଆରମ୍ଭ (ମେଜୋର କିମ୍ବା ହେଭିୱେଟ୍ ପ୍ରାର୍ଥୀ)ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବଙ୍ଗୀୟ ଭୋଟର

ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବଙ୍ଗୀୟ ଭୋଟର

କେନ୍ଦ୍ରାପଡା : ରାଜନଗର ନିର୍ବାଚନ ମଣ୍ଡଳୀ ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ । ବିଗତ ନିର୍ବାଚନ ଭଳି ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବଂଗୀୟ ଭୋଟର । ୨ଟି ଜୋନରେ ପ୍ରାୟ ୭୦ ପ୍ରତିଶତ ବଂଗୀୟ ଭୋଟର ଅଛନ୍ତି । ତେଣୁ ସମସ୍ତ ଦଳ ବଙ୍ଗିୟ ପ୍ରାର୍ଥୀ କରି ନିର୍ବାଚନ ମଇଦାନରେ ଲଢେଇ କରୁଛନ୍ତି ।

କେନ୍ଦ୍ରାପଡା ରାଜନଗର ବ୍ଲକର ୩୧ ଓ ୩୨ ନମ୍ବର ଜୋନର ଭାଗ୍ୟ ବଂଗୀୟ ଭୋଟରଙ୍କ ଉପରେ ନିର୍ଭରଶୀଳ । ଚଳିତ ପଂଚାୟତ ନିର୍ବାଚନରେ ୩୨ନଂ ଜୋନରେ ବିଜେଡିରୁ ଖୁକୁମିନୀ କୁଅଁର, କଂଗ୍ରେସରୁ ରତି ଦଳେଇ, ବିଜେପିରୁ ଆରତି ହାଁସଦା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଜୋନରେ ୪୪ ହଜାର ୪୨୯ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଭୋଟର ବଙ୍ଗୀୟ ଭାଷାଭାଷି ଭୋଟର । ତେଣୁ ସେମାନେ ଯେଉଁ ଆଡେ ଢଳିବେ ସେ ବିଜୟ ଟିକା ପିନ୍ଧିବେ । ରାଜନଗର ବ୍ଲକର ମୋଟ ୨୯ଟି ପଂଚାୟତରୁ ୧୫ଟି ପଂଚାୟତରେ ବଙ୍ଗୀୟ ଭୋଟର ଥିବା ବେଳେ ୧୧ଟି ପଂଚାୟତରେ ଏମାନଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ । ୫ଟି ପଂଚାୟତ ଯଥା, କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଆଁପାଳରେ ପ୍ରାୟ ୯୯ ପ୍ରତିଶତ ଭୋଟର ବଙ୍ଗୀୟ ଭାଷାଭାଷି । ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ବଂଗୀୟ ଭୋଟର ରାଜନଗର ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ୧୯୭୧ରେ ବିଜୁ ପଟ୍ଟନାୟକ ରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ଲାଭ କରିଥିଲେ, ସେତେବେଳେ ତାଙ୍କ ପାଇଁ ଆଶାବାଡି ସାଜିଥିଲେ ଏହି ବଂଗୀୟ ଭୋଟର । ପରେ ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଏହି ଭୋଟରଙ୍କୁ ଆଧାର କରି ୭ ଥର ବିଧାୟକ ହୋଇଥିଲେ । ସେହିଭଳି ପୂର୍ବତନ ବିଧାୟକ ଅଲେଖ ଜେନା, ଅଂଶୁମାନ ମହାନ୍ତି ଏବଂ ବର୍ତମାନର ବିଧାୟକ ଧ୍ରୁବ ସାହୁଙ୍କ ଭାଗ୍ୟ ଏହି ବଂଗୀୟ ଭୋଟର ନିର୍ଦ୍ଧାରଣ କରିଛନ୍ତି ବୋଲି ରାଜନୈତିକ ମହଲରେ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking