33.1 C
Bhubaneswar
Tuesday, May 21, 2024
Homeବ୍ରେକୀଙ୍ଗ୨୦୧୬ ନିର୍ବାଚନରୁ କେତେ ଭିନ୍ନ ଚଳିତ ବର୍ଷର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

୨୦୧୬ ନିର୍ବାଚନରୁ କେତେ ଭିନ୍ନ ଚଳିତ ବର୍ଷର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଦେଶର ୫ଟି ରାଜ୍ୟରେ ହେବାକୁ ନିର୍ବାଚନ ରେ ସବୁଠୁ ଅଧିକ ନଜର ପଶ୍ଚିମବଙ୍ଗ ଉପରେ ରହିଛି । ବଙ୍ଗାଳରେ ୧୯୫୨ରୁ ଆରମ୍ଭ କରି ୨୦୧୬ ପର୍ଯ୍ୟନ୍ତ ୧୬ ଥର ବିଧାନସଭା ନିର୍ବାଚନ ହୋଇଛି ଏବଂ ଚଳିତ ଥର ୨୦୨୧ରେ ୧୭ତମ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗତଥର ରାଜ୍ୟରେ ହୋଇଥିବା ନିର୍ବାଚନରେ ମମତା ବାନାର୍ଜୀ କ୍ଲିନ ସ୍ୱିପ କରି ବହୁମତ ସହିତ ସରକାର ଗଢିବାରେ ସଫଳ ହୋଇଥିଲେ । ମାତ୍ର ଏବେ ତାଙ୍କୁ ବିଜେପି ସହ କଡା ଟକ୍କର ଦେବାକୁ ପଡୁଥିବା ଲକ୍ଷ୍ୟ କରାଯାଉଛି ।

କହିରଖୁଛୁ, ପଶ୍ଚିମବଙ୍ଗ ବିଧାନସଭାରେ ମୋଟ ୨୯୪ ସିଟ ରହିଛି । ୨୦୧୬ ବିଧାନସଭା ନିର୍ବାଚନ ୬ଟି ପର୍ଯ୍ୟାୟରେ ହୋଇଥିଲା । ମମତା ବାନାର୍ଜୀଙ୍କ ଟିଏମସି ୨୯୩ ସିଟରେ ନିର୍ବାଚନ ଲଢିଥିଲେ । ଯେଉଁଥିରେ, ୨୧୧ ସିଟ ଜିତିବାରେ ଟିଏମସି ସଫଳ ହୋଇଥିଲା । ସେହିଭଳି ବିଜେପି ଓ ଗୋରଖା ଜନମୁକ୍ତି ମୋର୍ଚ୍ଚା ମିଳିତ ହୋଇ ନିର୍ବାଚନ ଲଢିଥିଲେ । ବିଜେପି ୨୯୧ ସିଟରେ ନିଜ ଆଶାୟୀ ପ୍ରାର୍ଥୀଙ୍କୁ ଛିଡା କରିଥିଲା । ସେଥିରେ ସେ ୩ଟି ସିଟରେ ଜିତିଥିଲା ଓ ଗୋରଖା ଜନମୁକ୍ତି ମୋର୍ଚ୍ଚା ୩ଟି ସିଟରେ ନିର୍ବାଚନ ଲଢି ତିନୋଟିରେ ହିଁ ଜିତିବାରେ ସଫଳ ହୋଇଥିଲା । ମାତ୍ର ଏବେ ଦୁହେଁ, ଭିନ୍ନ ଭିନ୍ନ ମଇଦାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking