27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶମୋଦି ହିସାବ ମାଗିବା ପରେ ମମତାଙ୍କ ପାଲଟା ଆକ୍ରମଣ; ପିଏମ କେୟାର୍ସ ଫଣ୍ଡ ପଇସା ନେଇ...

ମୋଦି ହିସାବ ମାଗିବା ପରେ ମମତାଙ୍କ ପାଲଟା ଆକ୍ରମଣ; ପିଏମ କେୟାର୍ସ ଫଣ୍ଡ ପଇସା ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: କାନ୍ଥୀ ରାଲିରେ ପିଏମ ମୋଦି ମମତା ବାନାର୍ଜୀଙ୍କ ସରକରାଙ୍କୁ ହିସାବ ନେଇ ପ୍ରଶ୍ନ କରିଥିଲେ, ଯାହା ଉପରେ ମମତା ବାନାର୍ଜୀ ଓଲଟା ପ୍ରହାର କରିଛନ୍ତି । ମମତା ବାନାର୍ଜୀ ଦକ୍ଷିଣ ୨୪ ପଋଜ୍ଞନାର ଏକ ରାଲିରେ ପିଏମଙ୍କ ଉପରେ ପ୍ରହାର କରି ପଚାରିଛନ୍ତି ଯେ, ମୁଁ କଣ ଚୋର, ମୁଁ କଣ ପଇସା ଖାଇଛି ? ବିଜେପି ସହିତ ବଙ୍ଗାଳବାସୀ ଖେଳ କରିଦେବେ ।
ଦକ୍ଷିଣ ୨୪ ପରଗନାର ପାଥୋରପ୍ରତିମାରେ ଏକ ରାଲିକୁ ସମ୍ବୋଧିତ କରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପିଏମ ମୋଦିଙ୍କ ଏକ ବୟାନ କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାର ପଇସା ଦେଉନାହିଁ । ଆଉ ପିଏମ ହିସାବ ମାଗୁଛନ୍ତି । ସେ କହିଛନ୍ତି, ଅମ୍ଫାନରେ ଆମ ସରକାର ଲୋକମାନଙ୍କ ପାଇଁ ଛିଡା ହୋଇଥିଲା । ହେଲେ ବିଜେପି ନେତା ନଜର ଆସିନଥିଲେ ।
ପିଏମ ମୋଦି ପ୍ରଥମେ କୁହନ୍ତୁ ପିଏମ କେୟାର ଫଣ୍ଡ ପଇସା କୁଆଡେ ଗଲା ? ମୁଁ କଣ ଚୋର, ମୁଁ ପଇସା ଖାଇଛି କି ? ସେ ବିଜେପିକୁ ହିସାବ ଦେବା ପାଇଁ କହିଛନ୍ତି । ବଙ୍ଗାଳ ଜନତା ଏବେ ବିଜେପିକୁ ଉଚିତ୍ ଶିକ୍ଷା ଦେବେ ।
ସିଏମ ମମତା ବାନାର୍ଜୀ ଏହାରି ମଧ୍ୟରେ ଓପିନିଅନ ପୋଲ ଉପରେ ବି ପ୍ରଶ୍ନ ଉଠାଇଥିଲେ । ମମତା କହିଥିଲେ, ନ୍ୟୁଜ ଚ୍ୟାନେଲରେ ଆସୁଛି, ବଙ୍ଗାଳରେ ବିଜେପିକୁ ୧୭୫ ସିଟ ଆସୁଛି, ମୁଁ କହୁଛି ପ୍ରଥମେ ୭୫ ଆଣ, ତା ପରେ କଥା କହିବ । ବିଜେପିକୁ ବଙ୍ଗାଳରେ ୭୫ ସିଟ ବି ମିଳିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking