29.1 C
Bhubaneswar
Friday, April 26, 2024
Homeଜୀବନଶୈଳୀକୋଳଥରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

କୋଳଥରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ସାଧାରଣତଃ ପ୍ରତିଦିନ ଆମେ ଖାଇବାରେ ଡାଲି ଖାଇଥାଉ। ବହୁତ ପ୍ରକାରର ଡାଲି ରହିଛି। ଯେମିତିକି ହରଡ଼, ମୁଗ ଓ କୋଳଥ। କିନ୍ତୁ କୋଳଥ ଡାଲି ଖାଇବାକୁ ବେଶ୍‌ ସୁଆଦିଆ ଲାଗେ। ହେଲେ ପାଟିକୁ ସୁଆଦିଆ ଲାଗୁଥିବା ଏହି ଡାଲିଜାତୀୟ ଖାଦ୍ୟ ସାମଗ୍ରୀଟି ଆମ ଶରୀର ପାଇଁ ବେଶ ଉପକାରୀ ଅଟେ। ଏବଂ ଏଥିରେ ବହୁ ଔଷଧୀୟ ଗୁୁୁଣ ରହିଛି। ଆସନ୍ତୁ ଜାଣିବା କୋଳଥ ଡାଲିର କିଛି ଚମତ୍କାରୀ ଔଷଧୀୟ ଗୁଣ ସମ୍ପର୍କରେ..

କୋଳଥରେ ମେଟାବଲିଜିମ୍‌ ବଢ଼ାଇବାର କ୍ଷମତା ରହିଛି ଓ ଏହାକୁ ଖାଇଲେ ମେଦ ହ୍ରାସ ପାଇଥାଏ।

କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।

କୋଳଥ ସୁପ ଖାଇଲେ ମହିଳାଙ୍କ ଋତୁକାଳୀନ ଯନ୍ତ୍ରଣା ଏବଂ ଅନିୟମିତ ଋତୁସ୍ରାବ ସମସ୍ୟା ଦୂର ହୁଏ।

କୋଳଥ ଖାଇବା ଦ୍ୱାରା ଅଏଲି ତ୍ୱଚା ଓ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

କୋଳଥର କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ବାତ ସମସ୍ୟା ଦୂର ହୋଇଥାଏ। ଏହା ସହ ସେହି କାଢ଼ାରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଗଳା ସମସ୍ୟା ଦୂର ହୋଇଥାଏ।

କୋଳଥ ଡାଲିରେ ଥିବା ଭିଟାମିନ୍‌-ଏ ପେଟର ପଥରକୁ ବାହାର କରିବାରେ ସହାୟକ ହୋଇଥାଏ।

କୋଳଥ କାଢ଼ାରେ ହେଙ୍ଗୁ ଏବଂ ଶୁଣ୍ଠି ଗୁଣ୍ଡ ସହ ସାମାନ୍ୟ ଲୁଣ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking