23.1 C
Bhubaneswar
Tuesday, March 19, 2024
Homeଲାଇଫ୍ ଷ୍ଟାଇଲ୍ବେଲପତ୍ର ଖାଇଲେ କ’ଣ ହୁଏ

ବେଲପତ୍ର ଖାଇଲେ କ’ଣ ହୁଏ

ଭୁବନେଶ୍ୱର: ବେଲପତ୍ର ଏମିତି ଏକ ପତ୍ର ଯାହାକୁ ପ୍ରଭୁ ଶିବଙ୍କ ଉପରେ ଚଢାଯାଏ । ଏହା ଏକ ଔଷଧୀୟ ପତ୍ର । ବେଲପତ୍ର ବ୍ୟତୀତ ବେଲଗଛକୁ ମଧ୍ୟ ଆମ ହିନ୍ଦୁ ପରମ୍ପରାରେ ପୂଜା କରାଯାଏ । ତେବେ ବେଲପତ୍ରରେ କେତେ ଔଷଧୀୟ ଗୁଣ ରହିଛି, ଆପଣ ଜାଣିଛନ୍ତି କି ? ଅନେକ ମାରାତ୍ମକ ରୋଗରୁ ବେଲପତ୍ର ଆମକୁ ରକ୍ଷା କରିଥାଏ । ଏହି ପତ୍ରରେ ଭିଟାମିନ୍ a,b,c ଓ ଆଇରନ୍ ଗୁଣ ରହିଛି ଓ ଆଇରନ ପରିମାଣ ଭରପୁର ଭାବରେ ଗଛିତ ହୋଇ ରହିଛି । ତାହେଲେ ଚାଲନ୍ତୁ ଜାଣିବା ବେଲପତ୍ରର ଉପକାରିତା ସଂପର୍କରେ ।

ଯେତେ ବେଳେ ଆପଣ ମାନଙ୍କୁ ଜ୍ୱର ହୋଇ ଥାଏ, ତେବେ ଆପଣ ମାନେ ବେଲ ପତ୍ର ର ଗାଢା କରି ପିଅନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଜ୍ୱର ଶିଘ୍ର ଭଲ ହୋଇ ଥାଏ । ଆପଣ ମାନେ ଜାଣି ଥିବେ ମହୁ ମାଛି କାମୁଡ଼ିଦେଲେ ବହୁତ ଜୋରରେ ଯନ୍ତ୍ରଣା ହୋଇ ଥାଏ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କାଟି ଥିବା ସ୍ଥାନରେ ଏହି ବେଲ ପତ୍ର ର ରସକୁ ଲଗାନ୍ତୁ ଆପଣ ମାନଙ୍କୁ ବହୁତ ଆରାମ ଲାଗିବ ।

ହାର୍ଟ ର ସମସ୍ୟା ଯେଉଁ ଲୋକ ମାନଙ୍କୁ ରହିଛି ସେମାନଙ୍କ ପାଇଁ ଏହା ବହୁତ ଉପକାରୀ ହୋଇ ଥାଏ  ବେଲ ପତ୍ର । ବେଲ ପତ୍ର ଶ୍ୱାସ ରୋଗୀ ମାନଙ୍କ ପାଇଁ ବି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଯଦି ଆପଣଙ୍କ ପାଟିରେ ଘା ହୋଇଥାଏ ତେବେ ପ୍ରତିଦିନ ବେଲପତ୍ର ଖାଆନ୍ତୁ ଏହା ଗୋଟେ ଦୁଇ ଦିନ ବ୍ୟବହାର ପରେ ଆପଣ ଦେଖୁବେ ପାଆଟି ଘା ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ । ଯଦି ଶରୀରରୁ ସ୍ମେଲ୍ ବାହାରୁଛି ତେବେ ବେଲପତ୍ର ରସ କୁ ୧ ଘଣ୍ଟା ଲଗେଇ ରଖନ୍ତୁ ତା ପରେ ଗାଧାନ୍ତୁ ଦେଖିବେ ଦେହରକ ବାହାରୁଥିବା ଦୁର୍ଗନ୍ଧ ବହୁତ ଶୀଘ୍ର କମିଯିବ ଧୀରେ ଧୀରେ ଏହା ଶେଷ ହୋଇଯିବ ।

ଶରୀର ରେ ଦାଗ, ମୁହଁ ରେ ବ୍ରଣ , କାଛୁ କୁଣ୍ଡିଆ ହେଲେ ବେଲପତ୍ର ରସ ସହ ଜିରା କୁ ମିଶାଇ ଖାଆନ୍ତୁ କିଛିଦିନ ନିଅମିତ ବ୍ୟବହାର କଲେ ଏହା ମୁହଁରୁ ବ୍ରଣ ଓ ଦାଗ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking