30.1 C
Bhubaneswar
Wednesday, April 24, 2024
Homeସ୍ୱାସ୍ଥ୍ୟଏହି ସବୁ ସମସ୍ୟା ଦୂର କରେ ଜୁଆଣି ପାଣି

ଏହି ସବୁ ସମସ୍ୟା ଦୂର କରେ ଜୁଆଣି ପାଣି

ଭୁବନେଶ୍ୱର :ଜୁଆଣିକୁ ସଂସ୍କୃତରେ ଅଗ୍ନିଗନ୍ଧା କୁହାଯାଇଥାଏ । ଜୁଆଣି ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ ଅଟେ । ଏହା ବ୍ୟତୀତ ଓଜନ କମ କରିବା ପାଇଁ ମଧ୍ୟ ଆପଣ ଜୁଆଣି ପାଣିର ବ୍ୟବହାର କରିପାରିବେ । ମହିଳାଙ୍କ ପାଇଁ ଜୁଆଣି ପାଣିର ଲାଭ :
୧. ପେଟ ଯନ୍ତ୍ରଣାରୁ ମୁକ୍ତି :
ଏହା ପେଟ ପୀଡ଼ା କମ କରିବାର ଏକ ଲାଭଦାୟକ ଉପାୟ ଅଟେ । ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ପେଟ ପୀଡ଼ାରୁ ମୁକ୍ତି ମିଳିଥାଏ ।

୨. ଗ୍ୟାସ ସମସ୍ୟା :
ଗ୍ୟାସ ସମସ୍ୟା ଏହି ପାଣି ପିଇବା ଦ୍ୱାରା ଠିକ ହୋଇଥାଏ । ଯଦି ଗ୍ୟାସର ସମସ୍ୟା ରହିଥାଏ ତେବେ ଜୁଆଣି ପାଣି ଆପଣଙ୍କ ପାଇଁ ରାମବାଣ ଅଟେ । ଏହାକୁ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

୩. ଋତୁସ୍ରାବ ସମସ୍ୟା :
ପରମ୍ପରା ଯୁକ୍ତ ଜଡ଼ିବୁଟି ଚାହା ଆଜିକାଲି ଅନେକ ରୂପରେ ଏବଂ ପ୍ୟାକିଙ୍ଗରେ ବଜାରରେ ଉପଲବ୍ଧ ହୋଇଛି । ଯାହା ମହିଳାଙ୍କ ଋତୁସ୍ରାବ ଧର୍ମକୁ ନିୟନ୍ତ୍ରଣ କରିବା ପାଇଁ ଲୋକପ୍ରିୟ ପାରମ୍ପରିକ ଉପଚାର ମଧ୍ୟରୁ ଅନ୍ୟତମ ଅଟେ । ଜୁଆଣି ପାଣି ମଧ୍ୟ ଏହିପରି ଏକ ଜଡ଼ିବୁଟି ଅଟେ । ରାତିରେ ଶୋଇବା ପୂର୍ବରୁ ମାଟି ପାତ୍ରରେ ଜୁଆଣିକୁ ଭିଜାଇ ସକାଳେ ମହିଳାଙ୍କୁ ଏହି ପାଣିର ସେବନ କରିବା ଉଚିତ୍ । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ଗତ ପ୍ରମାଣ ନାହିଁ କିନ୍ତୁ ଲୋକଙ୍କ ମାନ୍ୟତା ରହିଛି ଯେ ଏହା ବହୁତ ପ୍ରଭାବଶାଳୀ ଅଟେ ।

୪. ମୂତ୍ର ସଂକ୍ରମଣ :ମୂତ୍ର ସଂକ୍ରମଣ ଜୁଆଣି ପାଣି ପିଇବା ଦ୍ୱାରା ଭଲ ହୋଇଥାଏ । ପ୍ରାୟତଃ ମହିଳାଙ୍କୁ ମୂତ୍ର ସଂକ୍ରମଣର ସମସ୍ୟା ରହିଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

୫. ଗଳା ସମସ୍ୟା ଏବଂ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ :
ଜୁଆଣି ପାଣି ପିଇବା ଦ୍ୱାରା ଗଳା ସମସ୍ୟା ଏବଂ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ଗଳାରେ ପୀଡ଼ା ଏବଂ ମୁଖ ଦୁର୍ଗନ୍ଧ ହୋଇଥାଏ । କିନ୍ତୁ ଜୁଆଣି ପାଣି ପିଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଯାଇଥାଏ । ୬. ଓଜନ କମ କରିବା ପାଇଁ :
ଆଜିକାଲି ପ୍ରାୟତଃ ମହିଳାମାନେ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକ୍ରିୟା ଆପଣାଇଥାନ୍ତି । ବହୁତ କମ ଲୋକଙ୍କୁ ଏହି ବିଷୟ ଜଣାଅଛି ଯେ, ଜୁଆଣି ପାଣି ପିଇବା ଦ୍ୱାରା ମୋଟାପଣ କମ କରାଯାଇ ପାରିବ । ଜୁଆଣିର ବୀଜ ଚୟାପଚୟ ପ୍ରକ୍ରିୟାକୁ ଦ୍ରୁତ କରିଦେଇଥାଏ । ଯାହାଫଳରେ ଶରୀରର ଚର୍ବି ତରଳି ଥାଏ ଏବଂ ଓଜନ କମ କରିବାରେ ସହାୟକ ହୋଇଥାଏ । ଓଜନ କମ କରିବା ପାଇଁ ଜୁଆଣି ପାଣି ପ୍ରସ୍ତୁତ କରିବା ପାଇଁ ୨୫ ଗ୍ରାମ ଜୁଆଣି ନିଅନ୍ତୁ ଏବଂ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ । ସକାଳେ ଏହି ଜୁଆଣି ପାଣିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କ ଓଜନ କମ କରିବାରେ ସହାୟକ ହୋଇଥାଏ । ଏହି ପ୍ରକ୍ରିୟାକୁ ଆପଣ ୧୫ ରୁ ୨୦ ଦିନ କରିବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking