34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପିଏଫ ଆକାଉଣ୍ଟରେ ଆପଣଙ୍କୁ ମିଳିଥାଏ ଏହି ସବୁ ଫାଇଦା

ପିଏଫ ଆକାଉଣ୍ଟରେ ଆପଣଙ୍କୁ ମିଳିଥାଏ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ ଇପିପିଏଫ ପଇସା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା କେବଳ ତାଙ୍କ ଜମା ଥିବା ଅର୍ଥରାଶି ନୁହେଁ ବରଂ ଅବସର ସମୟରେ ମିଳିଥିବା ଏହ ପୁଂଜି ମଧ୍ୟ । ଦେଶରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ସମସ୍ତ କର୍ମଚାରୀଙ୍କୁ ପିଏଫ ସୁବିଧା ପ୍ରଦାନ କରିଥାଏ । ସେଥିପାଇଁ କର୍ମଚାରୀଙ୍କ ଦରମାରୁ ଏକ ଛୋଟ ଆମାଉଣ୍ଟ କଟାଯାଇ ପିଏଫ ଆକାଉଣ୍ଟରେ ଜମା କରାଯାଏ । ମାତ୍ର ପିଏଫ ଆକାଉଣ୍ଟ ସହ ଜଡିତ ଅନ୍ୟ କେତେକ ଫାଇଦା ମଧ୍ୟ ରହିଛି ଯାହା ପିଏଫ ହିତାଧିକାରୀଙ୍କୁ ମିଳିଥାଏ । ଅନେକ ଲୋକେ ଏ ବିଷୟରେ ମଧ୍ୟ ଅବଗତ ନଥାନ୍ତି, ଯାହା ଏବେ ଆମେ ଆପଣଙ୍କୁ ଜଣାଇବୁ ।
ଜଣେ ବ୍ୟକ୍ତି ଚାକିରୀ କରିବା ପରେ ତାଙ୍କର ଆକାଉଣ୍ଟ ଖୋଲାଯାଏ । ଖାତା ଖୋଲିବା ମାତ୍ରେ ତାହା ବାଏ ଡିଫଲ୍ଟ ଓପନ ହୋଇଥାଏ । କର୍ମଚାରୀ ଡିପୋଜିଟ ଲିଙ୍କଡ ଇନସ୍ୟୁରାନ୍ସ ସ୍କୀମ ଅନୁସାରେ ସେମାନଙ୍କର ୬ ଲକ୍ଷ ଟଙ୍କାର ବୀମା ହୋଇଥାଏ । ଇପିଏଫଓ ସକ୍ରିୟ ସଦସ୍ୟଙ୍କର ଚାକିରୀ ସମୟରେ ଯଦି ମୃତ୍ୟୁ ହୋଇଥାଏ, ତାଙ୍କ ଉତ୍ତରାଧିକାରୀମାନଙ୍କୁ ୬ ଲକ୍ଷ ପର୍ଯ୍ୟନ୍ତ ରାଶି ପ୍ରଦାନ କରାଯାଏ । ଏହି ଫାଇଦା କମ୍ପାନୀ ଏବଂ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଉପଲବ୍ଧ କରାଇଥାନ୍ତି । ଆୟକର ଧାରା ୮୦ସି ଅନୁସାରେ, ଇପିଏଫରେ ୧.୫ ଲକ୍ଷ ଟଙ୍କାରେ ରିହାତି ରହିଥାଏ । ଇପିଏଫ ଖାତାଧାରୀ ନିଜ ଦରମା ଉପରେ ହେଉଥିବା ଟ୍ୟାକ୍ସରେ ୧୨ ପ୍ରତିଶତ ପର୍ଯ୍ୟନ୍ତ ଜମା କରିପାରିବେ । କର୍ମଚାରୀଙ୍କ ମୂଳ ଦରମା, ମହଙ୍ଗା ଭତ୍ତାର ୧୨ ପ୍ରତିଶତ ପିଏଫ ଖାତାରେ ଜମା କରାଯାଏ । ଏହି ହିସାବରେ କମ୍ପାନୀ ମଧ୍ୟ ମୂଳ ବେତନ ଓ ଡିଏର ୧୨ ପ୍ରତିଶତ ପିଏଫ ଖାତାରେ ଜମା କରନ୍ତି । ଯେଉଁଥିରେ ୩.୬୭ ପ୍ରତିଶତ କର୍ମଚାରୀଙ୍କ ଖାତାକୁ ଯାଏ ଏବଂ ବାକି ୮.୩୩ ପ୍ରତିଶତ କର୍ମଚାରୀ ପେନସନ ସ୍କିମରେ ଜମା ହୋଇଥାଏ । ତେବେ ଜରୁରୀ ସମୟରେ ବି ଆପଣ ଏଥିରୁ ଟଙ୍କା ଉଠାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking