27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବେଲଗାମ ଦରଦାମ ବୃଦ୍ଧି : ୮ ବର୍ଷରେ ରେକର୍ଡ ସ୍ତରରେ ମୁଦ୍ରାସ୍ଫୀତି

ବେଲଗାମ ଦରଦାମ ବୃଦ୍ଧି : ୮ ବର୍ଷରେ ରେକର୍ଡ ସ୍ତରରେ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯% ଛୁଇଁଛି । ସେହିପରି ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ରେ ପହଞ୍ଚିଛି ଯାହା ଦେଶର ଲୋକଙ୍କ ପକେଟକୁ ଶୋଷିବାରେ ଲାଗିଛି । ଖାଦ୍ୟସାମଗ୍ରୀର ଦରଦାମ ବହୁମାତ୍ରାରେ ବଢ଼ିଯିବାରୁ ଏପରି ସ୍ଥିତି ଉପୁଜିଛି । ମୁଖ୍ୟତଃ ରନ୍ଧନ ଗ୍ୟାସ୍‌, ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ହେତୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି । ତୈଳ ଦର ବୃଦ୍ଧିକୁ କେନ୍ଦ୍ର କରି ସମସ୍ତ ଅତ୍ୟାବଶ୍ୟକ ଜିନିଷ ଦରଦାମରେ ଲଗାମ ରହୁନାହିଁ ।

ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ୬.୯୫% ଥିବାବେଳେ ଏପ୍ରିଲ ମାସରେ ଏହା ୭.୭୯%କୁ ବୃଦ୍ଧି ପାଇଛି । ୨୦୧୪ ପରଠାରୁ ଏହା ସର୍ବାଧିକ ଅଟେ । ୨୦୧୪ରେ ମୁଦ୍ରାସ୍ପୀତି ୮.୩୩% ଛୁଇଁବା ପରଠୁ ଏହା ପ୍ରଥମ ଥର ପାଇଁ ୮%ର ନିକଟତର ହୋଇଛି । ସେହିପରି ଏପ୍ରିଲ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୮.୩୩%କୁ ବୃଦ୍ଧି ପାଇଛି ଯାହା ମାର୍ଚ୍ଚ ମାସରେ ୭.୬୬ ଥିଲା । ସହରାଞ୍ଚଳରେ ମୁଦ୍ରାସ୍ଫୀତି ୭.୦୯% ଛୁଇଁଛି ଯାହା ମାର୍ଚ୍ଚରେ ୬.୧୨% ଥିଲା । ଏହା ସହିତ କ୍ରମାଗତ ଚତୁର୍ଥ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ସ୍ତରରୁ ଉପରେ ରହିଛି । ଆର୍‌ବିଆଇ ପକ୍ଷରୁ ଖୁଚୁରା ମୁଦ୍ରାସ୍ଫୀତି ୬% ଧାର୍ଯ୍ୟ କରାଯାଇଥିଲା ।

ମୋଟାମୋଟି ଭାବରେ ଏପ୍ରିଲରେ ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ଥିଲା, ଯାହା ମାର୍ଚ୍ଚ ମାସରେ ୭.୬୮% ଏବଂ ଏପ୍ରିଲ୍ ୨୦୨୧ ରେ ୧.୯୬% ଥିଲା । ଦେଶରେ ବଢ଼ୁଥିବା ଦରଦାମକୁ ଦୃଷ୍ଟିରେ ରଖି ୨୦୧୮ ପରଠାରୁ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋ ରେଟକୁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରଥିଲେ । ରୁଷ୍ ୟୁକ୍ରେନ୍ ଯୁଦ୍ଧ ପାଇଁ ଖାଦ୍ୟ ଶୃଙ୍ଖଳ ପ୍ରଭାବିତ ଯେଉଁ କାରଣ ପାଇଁ ମୁଦ୍ରାସ୍ଫୀତିର ପ୍ରମୁଖ କାରଣ । ଆର୍‌ବିଆଇ ପକ୍ଷରୁ ଏହାର ରେପୋରେଟ୍‌କୁ ୪.୦ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ମାନ୍ଦା ବସ୍ଥାର ଆଉ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଏକାଧିକ ଅର୍ଥନୀତିଜ୍ଞ ।

ନିକଟରେ ଆର୍‌ବିଆଇ ପକ୍ଷରୁ ରେପୋରେଟ୍‌କୁ୪୦ ବେସିସ୍ ପଏଣ୍ଟ ବଢାଯାଇଥିଲେ ହେଁ ଏହା ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ପର୍ଯ୍ୟାପ୍ତ ନଥିଲା । କରୋନା କାରଣରୁ ଚାକିରି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ପାମ୍ ଅଏଲର ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଏହା ସହିତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହୁହୁ ବଢି ଚାଲିଥିବା ବେଳେ ଭାରତରେ କିନ୍ତୁ ତେଲ ରେଟ୍ ବଢୁନଥିଲା । ମାତ୍ର ନିର୍ବାଚନ ପରେ ହଠାତ୍ ତୈଳଦରରେ ବୃଦ୍ଧି ସମସ୍ତଙ୍କୁ ସଙ୍କଟରେ ପକାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking