26.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାରେ ବେକାବୁ କରୋନା : ଦୈନିକ ହଜାରେ ଶିଶୁ ଆକ୍ରାନ୍ତ

ଓଡ଼ିଶାରେ ବେକାବୁ କରୋନା : ଦୈନିକ ହଜାରେ ଶିଶୁ ଆକ୍ରାନ୍ତ

ଭୁବନେଶ୍ବର : ଓଡ଼ିଶାରେ ବେକାବୁ କରୋନା। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ ପରେ ବି ଦୈନିକ ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉଛି। ୨୦ ଦିନ ହେଲା ଉପରମୁହାଁ ରହିଥିବା କରୋନା ଗ୍ରାଫ୍‌ ଏବେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇଛି। ୦-୧୮ ବର୍ଷ ବୟସର ଶିଶୁଙ୍କ ଦୈନିକ ସଂକ୍ରମଣ ଏବେ ହଜାରେ ଟପିଛି। ଗୁରୁବାର ଶିଶୁଙ୍କ ଦୈନିକ ସଂକ୍ରମଣ ୮୭୨ ରହିଥିବା ବେଳେ ଆଜି ୧୦୬୫ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ପିଲା ସଂକ୍ରମିତ ହେବା ଚିନ୍ତା ବଢ଼ାଇଛି। ଯଦି ଦେଖାଯାଏ, ଜାନୁଆରି ପହିଲାରେ ଦୈନିକ ସଂକ୍ରମଣ ୨୯୮ ଥିବା ବେଳେ ଶିଶୁଙ୍କ ସଂକ୍ରମଣ ୩୩ ରହିଥିଲା। ଅର୍ଥାତ୍‌ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୦୭% ଥିଲେ ଶିଶୁ।

ଏବେ ବି ପିଲାଙ୍କ ସଂକ୍ରମଣ ୧୦% ଉପରେ ରହିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ୧୦ହଜାର ୨୭୩ ଜଣଙ୍କ ମଧ୍ୟରୁ ୧୮ବର୍ଷରୁ କମ୍‌ ବୟସର ୧୦୬୫ ଜଣ ଶିଶୁ ରହିଛନ୍ତି। ଅର୍ଥାତ୍‌ ଶିଶୁଙ୍କ ସଂକ୍ରମଣ ହାର ୧୦.୩୬% ରହିଛି। ଓଡ଼ିଶାର ଟେଷ୍ଟ ପଜିଟିଭ୍‌ ରେଟ୍‌(ଟିପିଆର) ଆଜିର ଦିନରେ ୧୩.୫୭% ରହିଛି। ୭୫ହଜାର ୭୩୧ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୧୦ ହଜାର ୨୭୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲଗାତାର ୧୮ ଦିନ ଲାଗି ଟିପିଆର୍‌ ଉପରମୁହାଁ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଓଡ଼ିଶାର ଟିପିଆର୍‌ ତୁଳନାରେ ଖୋର୍ଧା ସମେତ କିଛି ଜିଲ୍ଲାରେ ପଜିଟିଭ୍‌ ରେଟ୍‌ ବହୁ ଅଧିକ ରହିଛି।

ଏ କ୍ଷେତ୍ରରେ ଖୋର୍ଧା ସବୁଠାରୁ ଆଗରେ ରହିଛି। ଆଜିର ଦିନରେ ଖୋର୍ଧାର ଟିପିଆର୍‌ ୨୭.୧୨% ରହିଛି, ଯାହାକି ରାଜ୍ୟ ଟିପିଆର୍‌ର ପାଖାପାଖି ଦୁଇଗୁଣ। ଖୋର୍ଧା ଜିଲ୍ଲାରେ ୧୨ ହଜାର ୮୯୨ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୪୯୬ଟି ପଜିଟିଭ୍‌ ଆସିଛି। ସୁନ୍ଦରଗଡ଼ରେ ବି ଟିପିଆର ୧୮.୬୭% ରହିଛି। ଏଠାରେ ପରୀକ୍ଷା‌ ହୋଇଥିବା ୫୬୧୮ ନମୁନା ମଧ୍ୟରୁ ୧୦୪୯ଟି ପଜିଟିଭ୍‌ ବାହାରିଛି। ସେହିପରି ସମ୍ବଲପୁରରେ ୧୬.୮୨%, କଳାହାଣ୍ଡିରେ ୧୫.୦୬%, କଟକରେ ୧୩.୬୯% ରହିଛି। ୨୧ ଜିଲ୍ଲାରେ ଟିପିଆର ଉପରମୁହାଁ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking