37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଖାଦ୍ୟ ତଥା ନଗଦ ସଙ୍କଟରେ ବେହାଲ୍ ଆଫଗାନିସ୍ତାନ

ଖାଦ୍ୟ ତଥା ନଗଦ ସଙ୍କଟରେ ବେହାଲ୍ ଆଫଗାନିସ୍ତାନ

କାବୁଲ: କାବୁଲ୍ ଏୟାର୍‌ପୋର୍ଟରୁ ଆମେରିକା ସେନା ପ୍ରତ୍ୟାହାର କରିବାର ନିର୍ଦ୍ଦାରିତ ତାରିଖ ଶେଷ ହେବାକୁ ଯାଉଛି । ତାଲିବାନୀମାନେ ଅଧିକ ସଂଖ୍ୟକ ବିଦ୍ରୋହୀଙ୍କୁ କାବୁଲ ଏୟାର୍‌ପୋର୍ଟରେ ମୁତୟନ କରିବା ଆରମ୍ଭ କରିଛନ୍ତି । ନିକଟରେ ଏୟାରପୋର୍ଟରେ ବିସ୍ଫୋରଣ ଯୋଗୁଁ ଅଧିକ ସଂଖ୍ୟକ ଲୋକଙ୍କୁ ସେଠାରେ ଏକାଠି ହେବାକୁ ତାଲିବାନୀମାନେ ବାରଣ କରୁଛନ୍ତି । ଆଫଗାନୀ ସେନାଠାରୁ ଅକ୍ତିଆର କରିଥିବା ପୋଷାକ ତଥା ଚଷମା ପିନ୍ଧି ଏୟାର୍‌ପୋର୍ଟ ଯିବା ରାସ୍ତାରେ ତାଲିବାନୀମାନେ ପହରା ଦେଉଛନ୍ତି ।

ମଙ୍ଗଳବାରକୁ ସରି ଆସୁଥିବା ଆମେରିକା ସେନା ପ୍ରତ୍ୟାହାରର ସମୟସୀମା ପରିପ୍ରେକ୍ଷୀରେ ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ନେଇଛନ୍ତି । ଏୟାରପୋର୍ଟକୁ ପହଞ୍ଚିବା ରାସ୍ତାରେ ବହୁସ୍ତରୀୟ ଚେକ୍‌ପଏଣ୍ଟ୍‌ସ ପ୍ରତିଷ୍ଠା କରାଯାଇଛି, ଏବେ ବି ଅନେକ ବିଦେଶୀ ଆଫଗାନିସ୍ତାନରେ ଫସି ରହିଛନ୍ତି ଯେଉଁମାନେ କାବୁଲ୍ ଏୟାର୍‌ପୋର୍ଟରେ ପହଞ୍ଚିବାର ପ୍ରୟାସ କରୁଥିବା ବେଳେ ୪ର୍ଥ ଚେକ୍ ପଏଣ୍ଟ୍ ନିକଟରେ ସେମାନଙ୍କୁ ଅଟକାଇ ଦିଆଯାଇଛି । ତାଲିବାନୀମାନେ ଏୟାର୍‌ପୋର୍ଟ ଅଞ୍ଚଳରେ ଶନିବାର ଆଜି ଫାଙ୍କା ଗୁଳିଚାଳନା କରିବା ସହିତ ଲାଲ୍ ରଙ୍ଗର ଧୂଆଁ ଛାଡ଼ିଛନ୍ତି । କାବୁଲ୍ ସହରର ବିଭିନ୍ନ ବ୍ୟାଙ୍କ୍ ସାମ୍ନାରେ ଗହଳି ଦେଖିବାକୁ ମିଳିଛି ।

ସରକାରୀ କର୍ମଚାରୀ ସମେତ ଅଧିକ ସଂଖ୍ୟକ ଲୋକ ଏଟିଏମ୍ କାଉଣ୍ଟର୍ ନିକଟରେ ଟଙ୍କା ଉଠାଇବା ପାଇଁ ଗହଳି କରିଛନ୍ତି । ଯଦିଓ ସହରରେ ଏଟିମ୍ ମେସିନ୍ କାର୍ଯ୍ୟ କରୁଛି ମାତ୍ର ୨୪ ଘଣ୍ଟା ମଧ୍ୟରେ ମାତ୍ର ୨୦୦ ଡଲାର ଉଠାଇବାକୁ ଅନୁମତି ରହିଛି । ଆଫଗାନିସ୍ତାନ ମୁଖ୍ୟତଃ ବିଦେଶୀ ସହାୟତା ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ତାଲିବାନୀମାନେ ବିଶ୍ୱ ସମୁଦାୟ ସହିତ ଭଲ ସମ୍ପର୍କ ରଖିବେ ବୋଲି କହିଛନ୍ତି । ଆମେରିକା ଦ୍ୱାରା ୯ ବିଲିୟନ୍ ବିଦେଶୀ ମୁଦ୍ରାକୁ ଫ୍ରିଜ୍ କରିଥିବା ଯୋଗୁଁ ସମ୍ପ୍ରତି ଆଫଗାନିସ୍ତାନ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ଆଇଏମ୍‌ଏଫ୍ ମଧ୍ୟ ସହାୟତା ରାଶିକୁ ବନ୍ଦ କରିଦେଇଛି । ପାଖାପାଖି ୧୪ ମିଲିୟନ୍ ଆଫଗାନୀ ଖୁବ୍‌ଶୀଘ୍ର ଖାଦ୍ୟ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ରୋମ୍‌ରେ ଅବସ୍ଥିତ ଫୁଡ୍ ଆଣ୍ଡ୍ ଏଗ୍ରିକଲ୍‌ଚର୍ ଅର୍ଗାନାଇଜେସନ୍ (ଏଫ୍‌ଏଓ) କହିଛି । ଆଗାମୀ ଶୀତ ପୂର୍ବରୁ ଯେ କୌଣସି ମତେ ଆଫଗାନୀ ନାଗରିକମାନଙ୍କୁ ସହାୟତା ପହଞ୍ଚାଇବା ଦରକାର ବୋଲି ଏଫଏଓ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking