27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ‘ଛୁ’ ମାରିଲା ବର

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ‘ଛୁ’ ମାରିଲା ବର

ପାଟନା: ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି । ହଠାତ୍ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ କରିଥିଲା । କିନ୍ତୁ ଏପଟେ ନିଜ ପ୍ରେମିକା ସଙ୍ଗେ ଫେରାର ହୋଇଯାଇଥିଲା । ବିବାହର କିଛି ସମୟ ପୂର୍ବରୁ ବର ପଳାଇ ଯିବାରୁ ବାଧ୍ୟ ହୋଇ କନ୍ୟାଙ୍କୁ ବରଙ୍କ ସାନ ଭାଇ ସହ ବିବାହ କରିବାକୁ ପଡ଼ିଛି । ତେବେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବିଲସଣ୍ଡା ଥାନାର ମହମ୍ମଦପୁର ଗ୍ରାମର ବାସିନ୍ଦା ମାବତ ତିୱାରୀ ନିଜ ବଡ଼ ପୁଅ ଶଶାଙ୍କଙ୍କ ବିବାହ ବରେଲିରେ ସ୍ଥିର କରିଥିଲେ ।

ବିବାହ ଦିନ ବରଯାତ୍ରୀ ଯିବାର ଠିକ୍‌ କିଛି ସମୟ ପୂର୍ବରୁ ଶଶଙ୍କା ଫେସିଆଲ୍ କରିବା ବାହାନାରେ ଘର ଛାଡ଼ି ପଳାଇ ଯାଇଥିଲେ । ଯେତେବେଳେ ୧୦ ଦିନ ପରେ ନିଜ ପ୍ରେମିକାଙ୍କୁ ବିବାହ କରି ଘରକୁ ଫେରିଥିଲେ । ହେଲେ ସେତେବେଳକୁ ଶଶାଙ୍କ ସାନ ଭାଇ ତାଙ୍କ କନ୍ୟାଙ୍କୁ ନିଜ ପତ୍ନୀ ବନାଇ ସାରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ସାବାଳକ ହୋଇଥିବାରୁ ତାଙ୍କର ଯାହା ଇଚ୍ଛା ସେ କରିପାରନ୍ତି ହେଲେ ଘରକୁ ଆଉ ଆସିପାରିବେ ନାହିଁ । ଉଚିତ ସମୟରେ ଯଦି ବିବାହ କରିବାକୁ ବରଙ୍କ ସାନ ଭାଇ ରାଜି ହୋଇନଥା’ନ୍ତେ ତ ଉଭୟ ବର ଓ କନ୍ୟା ପକ୍ଷ ପାଇଁ ବିରାଟ ସମସ୍ୟା ସୃଷ୍ଟି ହୋଇଥା’ନ୍ତା । ପରିବାର ଲୋକ ତାଙ୍କୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking