27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକିଡ଼ନୀ ଖରାପ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏପରି ଲକ୍ଷଣ

କିଡ଼ନୀ ଖରାପ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏପରି ଲକ୍ଷଣ

ନୂଆଦିଲ୍ଲୀ: କିଡ଼ନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାର ଯତ୍ନ ନେବା ଆବଶ୍ୟକ । ଗତ କିଛି ବର୍ଷ ମଧ୍ୟରେ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତର ଜନସଂଖ୍ୟାର ପ୍ରାୟ ୭.୯ ପ୍ରତିଶତ ଲୋକେ କିଡ଼ନୀ ରୋଗରେ ପୀଡିତ, ଯେଉଁଥିରେ କିଡ଼ନୀରେ ଷ୍ଟୋନ ଏବଂ ମୂତ୍ରନଳୀ ସଂକ୍ରମଣ ହେବା ଅଧିକ ମାମଲା ଦେଖାଯାଏ ।

ତେବେ ଆମେ ଅସୁସ୍ଥ ହେବା ପୂର୍ବରୁ ବିଭିନ୍ନ ସଂକେତ ପାଇଥିଲେ ମଧ୍ୟ ତାହାକୁ ଅଣଦେଖା କରି ଦେଇଥାଉ  । କିନ୍ତୁ ଏହା ଠିକ ନୁହେଁ , ଶରୀରର ବିଭିନ୍ନ ମହତ୍ୱପୁର୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି କିଡ଼ନୀ । ଯଦି ଆମେ ଏହାକୁ ଅଣଦେଖା କରି ଦେଇଥାଉ ତେବେ ଆମ ଜୀବନ ପ୍ରତି ବିପଦ ଆସିଥାଏ  ।

ବିଶେଷଜ୍ଞଙ୍କ ଗବେଷଣାରେ କୁହାଯାଇଛି ଯେ, ତ୍ୱଚାରେ ଦେଖାଯାଉଥିବା କିଛି ଲକ୍ଷଣ କିଡ଼ନୀ ସମସ୍ୟାର କାରଣ ହୋଇପାରେ । ଯଦି ଆପଣ ନିଜ ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା ଦେଖୁଛନ୍ତି, ତେବେ ଏହା କିଡ଼ନୀ ରୋଗର ଏକ ଅଲଗା ଲକ୍ଷଣ ହୋଇପାରେ । ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାରୁ ଏହା ଘଟିଥାଏ । ଏହି କାରଣ ଯୋଗୁଁ ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବାର ଦେଖାଦେଇଥାଏ ।

ନେସନାଲ କିଡ଼ନୀ ଫାଉଣ୍ଡେସନର ଗବେଷଣା ଅନୁସାରେ ଶୁଷ୍କ ତ୍ୱଚା ସହିତ ଚର୍ମ କୁଣ୍ଡାଇ ହେବା ପ୍ରାଥମିକ କିଡ଼ନୀ ସମସ୍ୟାର ଲକ୍ଷଣ ଅଟେ  । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ତ୍ୱଚା ଖଦଡ ଦେଖା ଯାଉଛି ତା ସହିତ ଶୁଷ୍କ ରହୁଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ  ।

ପାଦ ଫୁଲିବା ବା ଗୋଡ଼ ଫୁଲିବା ମଧ୍ୟ କିଡ଼ନୀ ରୋଗର ଗୋଟିଏ ଲକ୍ଷଣ  । ଏହା ସହ ମୂତ୍ରରେ ରକ୍ତ ପଡ଼ିବା, ବାରମ୍ବାର ଜ୍ୱର ହେବା, ବାନ୍ତି ଲାଗିବା, ହାଇ ବ୍ଲା ପ୍ରେସର, ନିଦ ନଲାଗିବା, ଭୋକ ନଲାଗିବା ଆଦି ମଧ୍ୟ ଏହାର ଲକ୍ଷଣ ହୋଇପାରେ ।

କିଡ଼ନୀ ଖରାପ ହେବାର ଆଉ ଏକ କାରଣ ହେଉଛି ରାଶେଷ । କିଡ଼ନୀ ଖରାପ ହେବାଦ୍ୱାରା ତ୍ୱଚାରେ ରାଶେଷ ହେବାର ଦେଖା ଯାଇଥାଏ , ଯାହାକି ଗୋଟିଏ ସାମାନ୍ୟ ସଂକେତ ଅଟେ  । ଯେତେବେଳେ ଆମ କିଡ଼ନୀ ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିପାରି ନଥାଏ ଶରୀରରେ ରାଶେଷ ଦେଖା ଯାଇଥାଏ  ।କିଡ଼ନୀ ଖରାପ ହେବାର ଅନ୍ୟ ଏକ ଲକ୍ଷଣ ହେଉଛି କ୍ୟାଲସିୟମ ଜମା ହେବା  । ବେଳେବେଳେ କିଡ଼ନୀ ରୋଗୀଙ୍କ କହୁଣୀ , ଆଣ୍ଠୁ ଓ ଆଙ୍ଗୁଠିରେ ସ୍କିନ ତଳେ ଗୋଟିଏ ପ୍ରକାରର ଗଣ୍ଠି ଭଳି ଦେଖା ଯାଇଥାଏ  । କିଡ଼ନୀ ଆମ ଶରୀରରେ କିଛିଟା ମିନେରାଲସ କୁ ମଧ୍ୟ ସନ୍ତୁଳନ କରିଥାଏ , ଯେତେବେଳେ ସନ୍ତୁଳନ କରି ପାରି ନଥାଏ ଏପରି ଲକ୍ଷଣ ଦେଖା ଯାଇଥାଏ  । ଏସବୁ ଲକ୍ଷଣ ଲେଖାଦେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking