34.1 C
Bhubaneswar
Friday, March 29, 2024
Homeଓଡିଶାବଳଦ ଖୋଜିବା ହେଲା କାଳ : ଯୁବକଙ୍କ ଆଖିକୁ ତାଡ଼ି ନେଲା ଭାଲୁ

ବଳଦ ଖୋଜିବା ହେଲା କାଳ : ଯୁବକଙ୍କ ଆଖିକୁ ତାଡ଼ି ନେଲା ଭାଲୁ

ଉଦଳା : ବଳଦ ଖୋଜିବା କାଳ ହେଲା । ଘର ବାଡିକୁ ଯାଇଥିବା ଯୁବକଙ୍କ ଆଖିକୁ ତାଡ଼ିଦେଲା ଭାଲୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ କଟରାସାହି ଗ୍ରାମରେ ।
ସୂଚନା ଅନୁଯାୟୀ, ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡିକୁ ଯାଇଥିଲେ । ତେବେ ଏହି ସମୟରେ ବାଉଁଶ ବୁଦା ନିକଟରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁଟି ଦାମଙ୍କ ମୁହଁକୁ ଆକ୍ରମଣ କରିଥିବା ବେଳେ ତାଙ୍କର ଦୁଇ ଆଖି ତାଡି ଦେଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି ।
https://onakhabar.com/2019/12/21/student-dead-accident/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking