38.8 C
Bhubaneswar
Friday, April 19, 2024
Homeଓଡିଶାଟି.ଜି.ଟି. ଦାବିରେ ଏଲିମେଣ୍ଟାରୀ ବି.ଏଡ୍ ମହାସଂଘ ଗଠିତ

ଟି.ଜି.ଟି. ଦାବିରେ ଏଲିମେଣ୍ଟାରୀ ବି.ଏଡ୍ ମହାସଂଘ ଗଠିତ

ଭୁବନେଶ୍ୱର : ସ୍ଥାନୀୟ ଲୋୟର ପି.ଏମ୍‌.ଜି.ସ୍ଥିତ ‘ଇନ୍ଦିରାଗାନ୍ଧୀ ପାର୍କ’ଠାରେ ବରିଷ୍ଠ କର୍ମକର୍ତ୍ତା ପ୍ରଦ୍ୟୁମ୍ନ ବାରିକଙ୍କ ସଭାପତିତ୍ୱରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଦୃଢ ଅଦ୍ୱିତୀୟ ଶିକ୍ଷକ ସଂଗଠନ “ଓଡ଼ିଶା ଏଲିମେଣ୍ଟାରୀ ବି.ଏଡ୍ ଟିଚର୍ସ ଫେଡେରେସନ୍‌” ସଂକ୍ଷେପରେ (ଓ.ଇ.ବି.ଟି.ଏଫ୍‌) ଗଠନ କରାଯାଇଛି ।
ରାଜ୍ୟ ସଂଗଠନର ଟିଜିଟି ଲକ୍ଷ୍ୟ ହାସଲ ପାଇଁ ସଭାପତି ଭାବେ ଶ୍ରୀଯୁକ୍ତ ଅଜୟ ଧଳ, ସାଧାରଣ ସମ୍ପାଦକ ଭାବେ ଡକ୍ଟର ଦେବେନ୍ଦ୍ର କୁମାର ନାୟକ, ମହାସଚିବ ଭାବେ ଉମେଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଭାବେ ଅମୂଲ୍ୟ କୁମାର ଲେଙ୍କା ଓ ମକର କେତନ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଯ୍ୟୋଧନ ଦାସ, ସରୋଜ କୁମାର ପଣ୍ଡା, ଅର୍ଚ୍ଚନା ଜେନା, ମୁଖପାତ୍ର ଭାବେ କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ଜଏଣ୍ଟ ସେକ୍ରେଟାରୀ ଭାବେ ଅକ୍ଷୟ କୁମାର ପୃଷ୍ଟି, ରୂପେଶ ସାହୁ, ଉପସଭାପତି ଭାବେ ନୃସିଂହ ଚରଣ ସାହୁ, ନିରଞ୍ଜନ ସାମଲ ଓ ଗ୍ରୁପ୍‌, ରାଜ୍ୟ ସଂଯୋଜକ/ସଂଯୋଜିକା ଭାବେ ପ୍ରଦ୍ୟୁମ୍ନ କୁମାରବାରିକ, ପୂର୍ଣ୍ଣଚନ୍ଦ୍ର ଖଟୁଆ, କାଳିନ୍ଦୀ ଚରଣ ଜେନା, ସୁଦୀପ୍ତ ପରିଡ଼ା, ଭୀମସେନ ପରିଡ଼ା, ଅଲେଖ ବିହାରୀ ଦାସ, ସନ୍ତୋଷ କୁମାର ବେହେରା, ଅମରେନ୍ଦ୍ର ଜେନା, ରମଣୀ ରଞ୍ଜନୀ ନାୟକ, କାହ୍ନୁ ଚରଣ ସାହାଣୀ, ଦିଲ୍ଲୀପ କୁମାର ପ୍ରଧାନ, ଟି. ରାଜାରାମ ପାତ୍ର, ସନ୍ତୋଷ କୁମାର ଦାସ, ସନ୍ତୋଷ କୁମାର ସାହୁ, ପ୍ରସନ୍ନ କୁମାର ରାଉତ, ସୁମନ ଚରଣ ରାଉତ, ନିବେଦିତା ନାୟକ ପ୍ରମୁଖଙ୍କୁ ରାଜ୍ୟ କାର୍ଯ୍ୟକାରିଣୀକୁ ପ୍ରସାର କରିବା ପାଇଁ ଯୋଜନା ରଖାଯାଇଛି ।
ରାଜ୍ୟରେ ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଲାଗୁ ହେବାର ଦୀର୍ଘ ୨୦ ବର୍ଷ ଅତିକ୍ରାନ୍ତ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ଏଯାବତ୍ କାର୍ଯ୍ୟକାରୀ କରିପାରିନାହାଁନ୍ତି, ଯାହାକି ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପ୍ରଧାନ ଅନ୍ତରାୟ ସାଜିଛି ବୋଲି ଅଭିଯୋଗ ହୋଇଛି । ବିଜ୍ଞାପନ ଆଧାରରେ ଟି.ଜି. ପଦରେ ବି.ଏଡ୍ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ଦୀର୍ଘ ୬ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ଠିକା ଚାକିରୀ ପରେ ନିୟମିତ କରିବା ସମୟରେ ପ୍ରତାରଣା କରି କେଉଁ ଅସିହା କାଳର ସେହି ମାଟ୍ରିକ୍ ସିଟି ପଦର ବେତନ ଦିଆଯାଉଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ
ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବିଜ୍ଞାପନ ଆଧାରରେ ଟି.ଜି. (ବି.ଏଡ୍‌) ପଦରେ ନିଯୁକ୍ତ ଶିକ୍ଷକମାନଙ୍କୁ ସେମାନଙ୍କର ୬ ବର୍ଷର ଠିକା ନିଯୁକ୍ତି (ଶିକ୍ଷା ସହାୟକ / କନିଷ୍ଠ ଶିକ୍ଷକ) ସମୟ ଅବଧିକୁ ଚାକିରୀ କାଳରେ ଯୋଗ କରିବା ସହ ସେମାନଙ୍କୁ ଟି.ଜି.ଟି. ବେତନ ମୂଳଦରମା ଟ.୯,୩୦୦ଙ୍କା ସହ ଗ୍ରେଡ୍ ପେ’ ଟ.୪,୨୦୦ଙ୍କା ପ୍ରଦାନ କରିବା ଆଦି ଦୁଇଟି ଦୀର୍ଘଦିନର ପ୍ରମୁଖ ଦାବି ପୂରଣ ଦିଗରେ ତ୍ୱରୀତ ପଦକ୍ଷେପ ନ ନେଲେ ଦୁର୍ବାର ଜନ ଆନ୍ଦୋଳନ ଗଢିତୋଳିବା ପାଇଁ ସର୍ବସମ୍ମତକ୍ରମେ ନବନିର୍ବାଚିତ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଧଳ, ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଦେବେନ୍ଦ୍ର କୁମାର ନାୟକ, ରାଜ୍ୟ ମହାସଚିବ ଉମେଶ ଚନ୍ଦ୍ର ନାୟକ, ଉପସଭାପତି ଦୁର୍ଯ୍ୟୋଧନ ଦାସ, ସରୋଜ କୁମାର ପଣ୍ଡା, ଅର୍ଚ୍ଚନା ଜେନା ପ୍ରମୁଖ ନେତୃମଣ୍ଡଳୀ ଦୃଢ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking