27.8 C
Bhubaneswar
Thursday, April 18, 2024
Homeସାଧାରଣତନ୍ତ୍ର ଦିବସସାଧାରଣତନ୍ତ୍ର ଦିବସରେ ‘ବିଟିଙ୍ଗ ରିଟ୍ରିଟ ସେରିମନି’

ସାଧାରଣତନ୍ତ୍ର ଦିବସରେ ‘ବିଟିଙ୍ଗ ରିଟ୍ରିଟ ସେରିମନି’

ଭୁବନେଶ୍ୱର : ୨୦୨୧ ଭାରତ ନିଜର ୭୨ ତମ ରଣତନ୍ତ୍ର ଦିବସ ପାଳନ କରିବ । ଭାରତ ନିଜର ପ୍ରଥମ ଗଣତନ୍ତ୍ର ଦିବସ ୧୯୫୦ରେ ପାଳନ କରିଥିଲା । ପୁର୍ଣ୍ଣ ସ୍ୱରାଜ୍ୟ ଦିବସକୁ ଦୃଷ୍ଟିରେ ରଖି ଭାରତୀୟ ସମ୍ବିଧାନ ୨୬ ଜାନୂଆରୀକୁ ଲାଗୁ କରାଯାଇଥିଲା । ୨୬ ଜାନୂଆରୀ ଦିନ ୧୦ଟା ୧୮ ମିନିଟରେ ଭାରତର ସମ୍ବିଧାନ ପ୍ରଣୟନ କରାଯାଇଥିଲା । ଗଣତନ୍ତ୍ରର ପ୍ରଥମ ପ୍ୟାରେଡ ୧୯୫୫କୁ ଦିଲ୍ଲୀର ରାଜପଥରେ ହୋଇଥିଲା । ଏହି ସମ୍ବିଧାନର ମୁଳ ଲେଖା ସଂସଦ ଭବନର ପୁସ୍ତକାଳୟରେ ସଂରକ୍ଷିତ ହୋଇ ରହିଛି ।ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଗଭରମେଣ୍ଟ ହାଉସରେ ୨୬ ଜାନୂଆରୀ ୧୯୫୦କୁ ଶପଥ ନେଇଥିଲେ । ଏହି ଦିନରେ ରାଷ୍ଟ୍ରପତି ତ୍ରିରଙ୍ଗା ଉତ୍ତାଳନ କରନ୍ତି ଏବଂ ତାଙ୍କୁ ୨୧ ତୋପର ସଲାମୀ ଦିଆଯାଇଥାଏ ।

ଏହି ଦିନର ଆଉ ଏକ ବିଶେଷତା ହେଉଛି ବିଜୟ ଚୌକ ଠାରେ ହେଉଥିବା ଉତ୍ସବ । ୨୯ ଜାନୂଆରୀକୁ ବିଜୟ ଚୌକ ଠାରେ ବିଟିଙ୍ଗ ରିଟ୍ରିଟ ସେରିମନି ଆୟୋଜନ କରାଯାଇଥାଏ । ଏହାକୁ ବିଜୟଘୋଷ ମଧ୍ୟ କୁହାଯାଇଥାଏ ।ଏହି ଉତ୍ସବକୁ ସେନାର ନିଜ ବ୍ୟାରେକକୁ ଫେରିବାର ପ୍ରତୀକ ରୁପେ ମନାଯାଇଥାଏ । ଯେଉଁଥିରେ ଭାରତୀୟ ସେନା , ବାୟୁ ସେନା ଏବଂ ନୌସେନାର ବ୍ୟାଣ୍ଡ ଯୋଗ ଦେଇଥାନ୍ତି ଓ ଭାରତର ସର୍ବୋଚ୍ଚ କମାଣ୍ଡରଙ୍କୁ ବା ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଇଥାନ୍ତି ।ଏହି ଦିନକୁ ଗଣତନ୍ତ୍ର ଦିବସର ଉଦଯାପିତ ସମାରୋହ ଭାବରେ ପାଳନ କରାଯାଇଥାଏ । ଏହି ଉତ୍ସବର ଶେଷରେ ‘ସାରେଜାହ୍ନାରେ ଅଚ୍ଛା ହିନ୍ଦୁସ୍ଥାନ ହମାରା’ ଧ୍ୱନିର ବ୍ୟାଣ୍ଡରେ ସମାପନ ହୋଇଥାଏ ।ଏହି ଧ୍ୱନି ଭାରତୀୟ ମାନଙ୍କ ମନରେ ଉର୍ଜା ଭରିବା ସହ ଦେଶପ୍ରେମ ଜାଗ୍ରତ କରାଇଥାଏ ।


ଗଣତନ୍ତ୍ର ଦିବସ ଦିନ ଭାରତର ପ୍ରଧାନ ମନ୍ତ୍ରୀ ଅମର ଜ୍ୟୋତି ଠାରେ ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାନ୍ତି । ଯେଉଁମାନେ ଦେଶର ସ୍ୱାଧୀନତା ପାଇଁର୍ ବଳିଦାନ ଦେଇଥିଲେ ସେମାନଙ୍କୁ ପ୍ରଣାମ ଜଣାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking