35.1 C
Bhubaneswar
Tuesday, April 23, 2024
HomeUncategorizedଭବାନୀପାଟଣା ସହରରେ ପୁଣି ଥରେ ଭାଲୁ ଆତଙ୍କ

ଭବାନୀପାଟଣା ସହରରେ ପୁଣି ଥରେ ଭାଲୁ ଆତଙ୍କ

 
କଳାହାଣ୍ଡି :  ଭବାନୀପାଟଣା ସହରର ବଡ ବଜ଼ାର ନିକଟରେ କିଛିଦିନ ପୂର୍ବରୁ ଏକ ଭାଲୁ ଆସିବା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବନବିଭାଗ କର୍ମଚାରୀଙ୍କ ଦୀର୍ଘ ସମୟର ଚେଷ୍ଟା ପରେ ଭାଲୁଟିକୁ ଧରି ଜଙ୍ଗଲ ରେ ଛାଡି ଦିଆଯାଇ ଥିଲା ।
ଆଜି ସକାଳୁ ପୁଣି ଏକ ଭାଲୁ ସହରରେ ବୁଲୁଥିବା କିଛି ଲୋକ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ତେବେ ଏଥର ଭାଲୁଟି ଜୀବନ ବୀମା ନିଗମ କାର୍ଯ୍ୟାଳୟ ନିକଟସ୍ଥ ଶିଶୁ ରୋଗ ଡାକ୍ତର ଦେଓଙ୍କ ପରିସରରେ ଆସ୍ଥାନ ଜମେଇ ଥିଲା । ତେବେ ଏହାକୁ ଦେଖିବା ପାଇଁ ଜନସାଧାରଣ କୋଭିଡ ମହାମାରୀ ପାଇଁ ସାମାଜିକ ଦୂରତା ନିୟମ ମଧ୍ୟ ଭୁଲି ଯାଇଥିଲେ । ପୋଲିସ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ ଅଧିକାରୀ ଓ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଥିଲେ ମଧ୍ୟ ଭାଲୁଟି କୌଶଳ କ୍ରମେ ଖସି ପଳାଇବା ସମୟରେ ଜନୈକ ବ୍ୟକ୍ତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା । ଅନ୍ୟ ଜଣେ ବ୍ୟକ୍ତି ସାହାସିକତା ଦେଖାଇ ବାଡ଼ିରେ ଭାଲୁଟିକୁ ବାଡ଼େଇବାପରେ, ଭାଲୁ ସେହି ସ୍ଥାନରୁ ଅନ୍ୟତ୍ର ପଳାଇ ଯାଇଥିଲା ।
ତେବେ ଜନସାଧାରଣ ଅଭିଯୋଗ କରିଛନ୍ତି ବଡବଜ଼ାରରେ ଥିବା ମାଂସ ଦୋକାନୀମାନେ ଦୋକାନରୁ ବାହାରୁଥିବା ଆବର୍ଜନା ସେହି ସ୍ଥାନରେ ଖୋଲାରେ ପକାଉଥିବା ଯୋଗୁଁ, ଏହି ବର୍ଜ୍ୟବସ୍ତୁ ଖାଇବା ଲାଳସାରେ ଏହି ସ୍ଥାନକୁ ଚାଲିଆସୁଛନ୍ତି ।
ବନବିଭାଗ ଅଧିକାରୀ ଦୀର୍ଘ ୧୦ ଘଣ୍ଟା ପରିଶ୍ରମ କରି ଭାଲୁଟିକୁ କାବୁ କରିବାରେ ବିଫଳ ହେବା ମୁଖ୍ୟ କାରଣ ସମ୍ପର୍କରେ ଜନୈକ କର୍ମଚାରୀ ମତ ପ୍ରକାଶ କରି କହିଛନ୍ତି, ବନବିଭାଗ କର୍ମଚାରୀଙ୍କ ପାଖରେ ଜାଲ ଓ ଅନ୍ୟାନ୍ୟ ଉପକରଣ ଉପଲବ୍ଧ ନାହିଁ । ନା କୌଣସି କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଏହା ସମ୍ପର୍କରେ ବନବିଭାଗର ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ସହିତ ଭବିଷ୍ୟତରେ ସଜାଗ ରହିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
କଳାହାଣ୍ଡିରୁ ସୁନୀଲ କୁମାର ମୁଣ୍ଡଙ୍କ ରିପୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking