40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରସ୍ତୁତ ରୁହ, ପରୀକ୍ଷା ହେବ

ପ୍ରସ୍ତୁତ ରୁହ, ପରୀକ୍ଷା ହେବ

ଭୁବନେଶ୍ୱର: ଗତକିଛି ଦିନ ହେବ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିଲା । ଏଥିପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ କି ନାହିଁ, ତାହା ଆଶଙ୍କାରେ ଥିଲା । ଏହାରି ଭିତରେ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟ ସମେଟିଭ୍ ପରୀକ୍ଷା କରାଯାଇଥିଲା । ଯଦି କରୋନାର ସ୍ଥିତି ସାଂଘାତିକ ହୁଏ, ତେବେ ସମେଟିଭ୍ ପରୀକ୍ଷା ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ନିର୍ଦ୍ଧାରିତ ହେବ ବୋଲି କୁହାଯାଉଥିଲା ।
ତେବେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ତଳମୁହାଁ ହେଉଛି କରୋନା ସଂକ୍ରମଣ । ଆମର ଆଗ୍ରହ ରହିବ ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଓ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ସୂଚନା ଦେଇଛନ୍ତି ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ ପରିସ୍ଥିତିରେ ହୁଏତ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ କିନ୍ତୁ ଆଜିର ସ୍ଥିତି ଦେଖିଲେ, ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking