26.1 C
Bhubaneswar
Friday, March 29, 2024
Homeଓଡିଶାସାବଧାନ ! ଆଜି ଠାରୁ କଡ଼ାକଡ଼ି

ସାବଧାନ ! ଆଜି ଠାରୁ କଡ଼ାକଡ଼ି

ଭୁବନେଶ୍ୱର : ଆଜି ଠାରୁ କଡ଼ାକଡ଼ି ହେଉଛି ନୂଆ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନ କୋହଳ ସମୟ ସରିଛି । ଏଣିକି ଟ୍ରାଫିକ ନିୟକ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଜରିମାନା ।  ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, ଓଭରଲୋଡ଼ିଂ ମନା, ମଦ ପିଇ ଗାଡ଼ି ଚାଳନା ମନା , କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି ।
ଗାଡି ଚାଳନା ନିୟମ ନମାନିଲେ : ୫ଶହ
ହେଲମେଟ ନପିନ୍ଧିଲେ : ୧ ହଜାର
ଚାଳକଙ୍କର ଲାଇସେନ୍ସ ନଥିଲେ : ୫ହଜାର
ବାଇକରେ ୨ରୁ ଅଧିକ ବସିଲେ : ୧ହଜାର
କାର ସିଟବେଲ୍ଟ ନ ବାନ୍ଧିଲେ: ୧ ହଜାର
ଗାଡିର ଇନସ୍ୟୁରାନ୍ସ ନଥିଲେ : ୨ହଜାର
ମଦ ପିଇ ଗାଡି ଚାଳନା : ୧୦ ହଜାର ସହ ଗିରଫ
ଦ୍ରୁତଗତିରେ ବାଇକ୍ ଚଳାଇଲେ : ୨ହଜାର
ନାବାଳକ ଗାଡି ଚଳାଇଲେ : ୨୫ ହଜାର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking