40.1 C
Bhubaneswar
Thursday, April 25, 2024
Homeଓଡିଶାରଜ, ସାବିତ୍ରୀରେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରଜ, ସାବିତ୍ରୀରେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରଜ, ସାବିତ୍ରୀରେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ନବୀନ ସତର୍କ କରାଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରାଯାଉଛି, କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ଏଥିପାଇଁ ଏବେଠାରୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । କୋଭିଡ ନିୟମ ମାନି ପର୍ବପର୍ବାଣୀ ପାଳନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତି ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ , ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅର୍ଥ, ମତ୍ସ ଓ ପଶୁ ସମ୍ପଦ ବିକାଶ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking