33.1 C
Bhubaneswar
Sunday, June 26, 2022
Homeଅପରାଧଗୁଗଲର ଏହି ଆପ୍ ବ୍ୟବହାର କରୁଥିଲେ ସତର୍କ ହୋଇଯାନ୍ତୁ

ଗୁଗଲର ଏହି ଆପ୍ ବ୍ୟବହାର କରୁଥିଲେ ସତର୍କ ହୋଇଯାନ୍ତୁ

ନୂଆଦିଲ୍ଲୀ : ଯଦି ଆପଣ ଗୁଗଲର ଏହି ଆପ୍‌କୁ ବ୍ୟବହାର କରୁଛନ୍ତି ତ ଆପଣଙ୍କୁ କିଛି ମାତ୍ରାରେ ସାବଧାନତା ଅବଲମ୍ୱନ କରିବାକୁ ହେବ। ଉଲ୍ଲେଖନୀୟ ଯେ, ଗୁଗଲ ମେସେଜ୍ ଆପ୍ ସ୍ମାର୍ଟଫୋନ୍‌କୁ ଗରମ କରେ ଏବଂ ବ୍ୟାଟେରୀକୁ ମଧ୍ୟ ଶେଷ କରେ ,କାରଣ ଏହା କ୍ୟାମେରାକୁ ଅନ୍ ଛାଡ଼ିଦିଏ ।
୯ଗ୍ଧକ୍ଟ୫ଏକ୍ଟକ୍ଟଶକ୍ଷର ର ଏକ ରିପୋର୍ଟ ଅନୁସାରେ , ଅନେକ ଗୁଗଲ ମେସେଜ୍ ଆପ୍ ୟୁଜର୍ସ ଜରୟୟସଗ୍ଧ ରେ ଏହି ନୂଆ ବଗ୍ ବିଷୟରେ ଅଭିଯୋଗ କରିଛି। ରିପୋର୍ଟ ଅନୁସାରେ , ଯେବେ କୌଣସି ୟୁଜର ଅନ୍ୟ ୟୁଜରଙ୍କ ସହ ସେୟାର କରିବା ପାଇଁ ଆପ୍‌ର ଭିତରେ ଥିବା ଏକ ଫଟୋକୁ ଶୀଘ୍ର କ୍ଲିକ୍ କରିବାର ପ୍ରୟାସ କରିଥାଏ , ଆପ୍ କ୍ୟାମେରାକୁ ଅନ୍ ଛାଡ଼ି ଦେଇଥାଏ ।
ଯେଉଁ ଲୋକେ ଏ ବିଷୟରେ ଜାଣନ୍ତି  ନାହିଁ , ସେମାନଙ୍କୁ କହି ରଖୁଛୁ କି ଗୁଗଲ ମେସେଜ୍ ଆପ୍ ୟୁଜରଙ୍କୁ ଗ୍ୟାଲେରୀରୁ ଏକ ଇମେଜ୍ ସେୟାର କରିବା ବା ଏକ କ୍ୱିକ୍ ସ୍ନାପସଟ୍ ସେୟାର କରିବା ପାଇଁ ସ୍ମାର୍ଟଫୋନ୍‌ର କ୍ୟାମେରାରୁ ଲାଇଭ୍ ଫିଡ୍‌ର ଉପଯୋଗ କରିବାର ଅନୁମତି ଦେଇଥାଏ। ରିପୋର୍ଟ ଅନୁସାରେ , ନୂଆ ବଗ୍ କେବେ କେବେ କ୍ୟାମେରା ଫିଡ୍‌କୁ ସ୍କ୍ରିନ୍‌ରେ ପ୍ରଦର୍ଶିତ ନହୋଇ ବି ଚାଲୁ କରିଥାଏ । କ୍ୟାମେରା ସେତେବେଳେ ବି ଚାଲୁ ରହିଥାଏ ଯେବେ ଗୁଗଲ ମେସେଜ ଆପ୍ ବ୍ୟାକଗ୍ରାଉଣ୍ଡରେ ରହିଥାଏ , ଯାହାର ପରିଣାମସ୍ୱରୂପ ଓଭରହିଟିଂ ହେବା ସହ ଅଯଥାରେ ବ୍ୟାଟେରୀ ଡ୍ରେନ୍ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking