OnaKhabar

ଆସନ୍ତା ଦୁଇ ଦିନ ପାଇଁ ବିଡ଼ିଏ ଅଫିସ୍ ବନ୍ଦ

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ପାଇଁ ଭୁବନେଶ୍ୱର ବିଡ଼ିଏ ଅଫିସ୍ କାର୍ଯ୍ୟାଳୟ ବନ୍ଦ ରହିବ । ସମସ୍ତ କର୍ମଚାରୀଙ୍କୁ ଅଫିସ୍ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ଦିନ ପାଇଁ କୌଣସି କର୍ମଚାରୀ ଅଫିସ୍ ମଧ୍ୟକୁ ଆସି ପାରିବେ ନାହିଁ । ତେଣୁ ସମସ୍ତ କର୍ମଚାରୀ ଘରେ ରହି କାମ କରିବେ । ୱାର୍କ ଫ୍ରମ ହୋମ୍ ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅଫିସ୍ କୁ ସାନିଟାଇଜ କରାଯିବ ।

ବିଡ଼ିଏ କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଡ଼ିଲ କାର୍ଯ୍ୟାଳୟ ସିଲ ହୋଇନାହିଁ ବୋଲି ବିଡ଼ିଏ ଭାଇସ୍ ଚେୟାରମ୍ୟାନ କହିଛନ୍ତି । କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ବିଡ଼ିଲ ଅଫିସ୍ ସିଲ ହୋଇଛି । ଆସ୍ତନ୍ତ ୨ ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରି ସାନିଟାଇଜ କରାଯିବ ।