43.9 C
Bhubaneswar
Friday, April 19, 2024
Homeଖେଳବେଷ୍ଟ ଟିମ ଅଫ ଦ ଇୟର-୨୦୨୨ ଘୋଷଣା କଲା ବିସିସିଆଇ

ବେଷ୍ଟ ଟିମ ଅଫ ଦ ଇୟର-୨୦୨୨ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତବର୍ଷ ୭ଟି ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ୩ଟି ମ୍ୟାଚ ହାତଛଡା କରିଛି । ତେବେ ଏହି ମ୍ୟାଚଗୁଡିକରେ ଅନେକ ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । କିଛି ଖେଳାଳି ଦମଦାର ପ୍ରଦର୍ଶନ କରିଥିବା ବେଳେ କିଛି ଫ୍ଲପ ହୋଇଛନ୍ତି । ତେବେ ବିସିସିଆଇ ବର୍ଷର ଶେଷ ଦିନରେ ଏହାର ଏକ ଲିଷ୍ଟ ଜାରି କରିଛି । ୨୦୨୨ ମସିହାରେ ଟେଷ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଟିମର ଘୋଷଣା କରିଛି ବିସିସିଆଇ ।

ଚଳିତବର୍ଷ ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ସୀମିତ ଓଭର କ୍ରିକେଟରେ ବିଶେଷ ପ୍ରଦର୍ଶନ କରି ପାରିନାହାନ୍ତି । ତେବେ ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଜାରି ରହିଛି । ସେ ହାରାହାରି ୬୧.୮୧ ଏବଂ ଷ୍ଟ୍ରାଇକ୍ ରେଟ୍ ୯୦.୯୦ ରେ ୭ ଟି ମ୍ୟାଚ୍ ରେ ମୋଟ ୬୮୦ ରନ୍ ଯୋଡିଥିଲେ । ସେ ଦୁଇ ଶତକ ଏବଂ ଚାରିଟି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୪୬ ରନ୍ ଥିଲା।

ତେବେ ୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ଅବଶ୍ୟ ପରେ ଆହତ ହୋଇସେ ଟିମରୁ ବାଦ ପଡିଛନ୍ତି, କିନ୍ତୁ ୫ଟି ମ୍ୟାଚରୁ ସେ ୨୨ଟି ୱିକେଟ ନିଜ ନାମରେ କରିଛନ୍ତି । ବୁମରାହଙ୍କ ଇକୋନୋମୀ ରେଟ ୪.୦୯ ରହିଥିବା ବେଳେ ୨ ଥର ୫ଟି ୱିକେଟ ନେଇଥିଲେ ।

ବିସିସିଆଇର ଟ୍ୱିଟ୍‌ ଅନୁଯାୟୀ, ଦିନିକିଆ କ୍ରିକେଟ୍‌ରେ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟର ଏବଂ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ଭାବେ ଘୋଷଣା ହୋଇଛି । ଶ୍ରେୟସ ଆୟର ୧୭ଟି ମ୍ୟାଚ୍‌ ଖେଳି ୫୫.୬୯ ଆଭ୍‌ରେଜ୍‌ରେ ସର୍ବାଧିକ ୭୨୪ ରନ୍‌ କରିଛନ୍ତି । ସେଥିରେ ତାଙ୍କର ସର୍ବାଧିକ ୧୧୩ ରନ୍‌ ରହିଛି । ୨୦୨୨ରେ ଶ୍ରେୟସ ୬ଟି ଅର୍ଦ୍ଧଶତକ କରିଥିବା ବେଳେ ଗୋଟିଏ ଶତକ ରହିଛି ।

ସେହିପରି ଦିନିକିଆ ବୋଲିଂ ବିଭାଗରେ ଟପ୍‌ରେ ରହିଛନ୍ତି ମହମ୍ମଦ ସିରାଜ । ସେ ୧୫ଟି ମ୍ୟାଚ୍‌ ଖେଳି ୨୪ ଟି ଓ୍ୱିକେଟ୍‌ ନେଇଛନ୍ତି । ସିରାଜ ୨୦୨୨ରେ ୪.୬୨ ଇକୋନୋମିରେ ରନ୍‌ ଦେଇଛନ୍ତି । ଗୋଟିଏ ମ୍ୟାଚ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୯ ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking