26.1 C
Bhubaneswar
Sunday, September 25, 2022
Homeଖେଳଅକ୍ଟୋବର ୧୮ରେ ବିସିସିଆଇ ନିର୍ବାଚନ!

ଅକ୍ଟୋବର ୧୮ରେ ବିସିସିଆଇ ନିର୍ବାଚନ!

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନିର୍ବାଚନ ଏବଂ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅକ୍ଟୋବର ୧୮ ତାରିଖରେ ହୋଇପାରେ । ଏ ନେଇ ଆଧିକାରିକ ସୂଚନା ମିଳିନଥିବା ବେଳେ ମୁମ୍ବାଇରେ ଅକ୍ଟୋବର ୧୮ ତାରିଖରେ ବୋର୍ଡ ନିର୍ବାଚନ ଏବଂ ଏଜିଏମ୍ ସମ୍ପର୍କରେ ବିସିସିଆଇ ଟପ୍ ବସ୍ ରାଜ୍ୟ ସଂଘଗୁଡ଼ିକୁ ସୂଚନା ଦେଇଥିବା ଏକ ସୂତ୍ରରୁ ଜଣାଯାଇଛି । ସୁପ୍ରିମକୋର୍ଟଙ୍କ ସେପ୍ଟେମ୍ବର ୧୪ ତାରିଖର ଆଦେଶରେ କୁଲିଂ ଅଫ୍ ଧାରାରୁ ବିବିସିଆଇକୁ ଆଶ୍ୱସ୍ତି ମିଳିବା ପରେ ବର୍ତ୍ତମାନର ବୋର୍ଡ ସମ୍ପାଦକ ଜୟ ଶାହ ନୂଆ ସଭାପତି ଏବଂ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହେବାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ସେହିପରି ସେହିଦିନ ଭାରତୀୟ କ୍ରିକେଟର୍ସ ଆସୋସିଏସନ୍‌ର ନିର୍ବାଚନ ହେବାର ମଧ୍ୟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking