27.1 C
Bhubaneswar
Thursday, April 25, 2024
Homeଖେଳଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ବୁମରାହ ଅଧିନାୟକ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ବୁମରାହ ଅଧିନାୟକ

ନୂଆଦିଲ୍ଲୀ: ବିସିସିଆଇର ଗୋଟିଏ ନିଷ୍ପତ୍ତି ଭାଙ୍ଗି ଦେଇଛି ଭାରତୀୟ କ୍ରିକେଟ ଇତିହାସର ୩୫ ବର୍ଷର ରେକର୍ଡ । ୩୫ ବର୍ଷର ବ୍ୟବଧାନ ପରେ ଭାରତ ପାଇଛଇ ଏମିତି ଏକ ସ୍ୱତନ୍ତ୍ର ଅଧିନାୟକ । ଶେଷ ଥର ପାଇଁ ୧୯୮୭ରେ ଭାରତ ଏହିଭଳି ଜଣେ ଅଧିନାୟକଙ୍କ ନେତୃତ୍ୱରେ ଖେଳିଥିଲା । କିନ୍ତୁ ଏହାପରେ ବ୍ୟାଟ୍ସମ୍ୟାନ ଏବଂ ଅନିଲ କୁମ୍ବଲେଙ୍କ ପରି ସ୍ପିନ ବୋଲର ଦଳର ନେତୃତ୍ୱ ନେଇଥିଲେ । କିନ୍ତୁ ଦୀର୍ଘ ବର୍ଷ ପରେ ଜଣେ ଦ୍ରୁତ ବୋଲର ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତ ଜସପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ପଦ ପ୍ରଦାନ କରିଛି । ନିୟମିତ ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ ହୋଇ ଦଳରୁ ବାଦ ପଡିବା ପରେ ଏହି ନିଷ୍ପତ୍ତି ନେଇଛି ବିସିସିଆଇ । ଏହାପରେ ଚୟନ କମିଟି ଜସପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ବନାଇଛି । ତେବେ ଏହି ମାଚ ପାଇଁ ଋଷଭ ପନ୍ତଙ୍କୁ ଉପଅଧିନାୟକ ପଦ ଦିଆଯାଇଥିଲେ ମଧ୍ୟ ବୁମରାହଙ୍କୁ ମିଳିଛି ନେତୃତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking