27.1 C
Bhubaneswar
Tuesday, September 27, 2022
Homeଖେଳ୧୮ରେ ବିସିସିଆଇ ଏଜିଏମ୍‌: ଏଜେଣ୍ଡାରେ ମହିଳା ଆଇପିଏଲ୍‌

୧୮ରେ ବିସିସିଆଇ ଏଜିଏମ୍‌: ଏଜେଣ୍ଡାରେ ମହିଳା ଆଇପିଏଲ୍‌

ମୁମ୍ବାଇ : ଆସନ୍ତା ଅକ୍ଟୋବର ୧୮ ତାରିଖରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ । ଏନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଗୁରୁବାର ବିସିସିଆଇ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମୁମ୍ବାଇରେ ହେବାକୁ ଥିବା ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ (ଏଜେଣ୍ଡା) ମଧ୍ୟରେ ପ୍ରଥମ ମହିଳା ଆଇପିଏଲ୍ ମୁଖ୍ୟ ବୋଲି ଗୁରୁବାର ରାଜ୍ୟ ଆସୋସିଏସନଗୁଡ଼ିକୁ ବିସିସିଆଇ ପଠାଇଥିବା ଚିଠିରେ ସୂଚନା ଦେଇଛି । ଗତ ବର୍ଷେ ହେଲା ବିସିସିଆଇ ପକ୍ଷରୁ ପ୍ରଥମ ମହିଳା ଆଇପିଏଲ୍ ଆୟୋଜନ ନେଇ ବିଚାରବିମର୍ଶ ଚାଲିଛି । ଏହା ସମ୍ଭବତଃ ଆଗାମୀ ମାର୍ଚ୍ଚରେ ଅନୁଷ୍ଠିତ ହେବ ଓ ଏଥିରେ ୬ଟି ଫ୍ରାଞ୍ଚାଇଜି ଭାଗ ନେବାର ସମ୍ଭାବନା ରହିଛି । ବିସିିସିଆଇ ଏଜିଏମ୍‌ରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବା ସହ ମିଡିଆ ରାଇଟ୍ସ ଓ ଫ୍ରାଞ୍ଚାଇଜି ମାଲିକାନା ଉପରେ ଆଲୋଚନା ହୋଇପାରେ । ସେହିପରି ବୈଠକରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । କୁଲିଂ ଅଫ୍ ପିରିୟଡ୍‌ରେ ପ୍ରସ୍ତାବିତ ସଂଶୋଧନକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିବା ପରେ କର୍ମକର୍ତ୍ତା ସୂଚୀରେ କୌଣସି ନୂଆ ନାମ ସାମିଲ୍ ହେବାର ସମ୍ଭାବନା କ୍ଷୀଣ ରହିଛି । ଅର୍ଥାତ୍ ପ୍ରାୟ ସମସ୍ତ ଅଧିକାରୀ ପୁନଃନିର୍ବାଚିତ ହୋଇପାରନ୍ତି । ଆହୁରି ଲୋକପାଳ ଓ ଏଥିକ୍ସ ଅଧିକାରୀ, କ୍ରିକେଟ୍ କମିଟି, ଷ୍ଟାଣ୍ଡିଂ କମିଟି ଓ ଅମ୍ପାୟାର୍ସ କମିଟି ଗଠନ ଆଦି ମଧ୍ୟ ଅନ୍ୟତମ ଏଜେଣ୍ଡା ଭାବେ ବୈଠକରେ ସ୍ଥାନ ପାଇବ । ସେହିପରି ଆଗାମୀ ଦିନରେ ଆଇସିସିରେ ବିସିସିଆଇ ପକ୍ଷରୁ କିଏ ପ୍ରତିନିଧିତ୍ୱ କରିବେ, ସେନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହେବ । ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ବିସିସିଆଇର କୌଣସି କର୍ମକର୍ତ୍ତା ରହିବେ କି ନାହିଁ, ସେଥିନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking