37.1 C
Bhubaneswar
Thursday, March 28, 2024
Homeଅପରାଧଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର :  ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଧରାପଡ଼ିଲା ଚୋରାସୁନା ।  ସୋମବାର ବିମାନ ବନ୍ଦରରୁ ସୁନା ଖଣ୍ଡ ଜବତ କରାଯାଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ।
ସୂଚନା ଅନୁଯାୟୀ, ମାଲେସିଆରୁ ଜଣେ ତାମିଲନାଡୁ ବ୍ୟକ୍ତି ୪୮ ଖଣ୍ଡ ସୁନା ଏକ ହ୍ୟାଣ୍ଡବ୍ୟାଗରେ ଧରି ଆସୁଥିଲେ । ଖବର ପାଇ ଏୟାର ଇଣ୍ଟେଲିଜେନ୍ସ ଉକ୍ତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ କରିଥିଲା । ଜବତ ହୋଇଥିବା ୪୮ ଖଣ୍ଡ ସୁନାର ଓଜନ ୨୧୫ ଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି । ତାମିଲନାଡୁର ଏହି ବ୍ୟକ୍ତି ଏଜେଣ୍ଟ, ସ୍ମଗଲର ନା କମିଶନ ନେଇ ସ୍ମଗଲିଂ କରୁଥିଲେ, ତାହା ଜଣାପଡ଼ି ନାହିଁ । କଷ୍ଟମ ବିଭାଗର ଏହାର ଖୋଲତାଡ଼ ଆରମ୍ଭ କରିଛି ।

https://onakhabar.com/2020/01/20/tifin-bomb-case-2-arrested/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking