27.8 C
Bhubaneswar
Thursday, April 18, 2024
Homeଓଡିଶାସିଲ୍ ହେଲା ବାସୁଦେବପୁରର ୫ ହୋଟେଲ : ବନ୍ଦ ହେଲା ବନ୍ତ ଛକ ଆମିଷ ମାର୍କେଟ

ସିଲ୍ ହେଲା ବାସୁଦେବପୁରର ୫ ହୋଟେଲ : ବନ୍ଦ ହେଲା ବନ୍ତ ଛକ ଆମିଷ ମାର୍କେଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମାତ୍ର ଜଣେ ନୂତନ କରୋନା ଆକ୍ରାନ୍ତ ବୁଧବାର ଚିହ୍ନଟ ହୋଇଛନ୍ତି । ଏଥିସହ ନିୟମ ଉଲ୍ଲଂଘନ ଅଭିଯୋଗରେ ବାସୁଦେବପୁର ଅଞ୍ଚଳର ୫ଟି ହୋଟେଲକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି । ତେବେ ବୁଧବାର ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଲୋକାଲ କଣ୍ଟାକ୍ଟ ଏବଂ ଧାମନଗର ଅଞ୍ଚଳର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ହୋଇଥିବା ବେଳେ ସୁସ୍ଥ ୨୮୪ ହୋଇସାରିଛନ୍ତି ଓ ଆକ୍ଟିଭ ଅଛନ୍ତି ମାତ୍ର ୧୪ଜଣ । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଧାମନଗର ବ୍ଲକ୍‌ର ବେଦପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ସୋହଡା ପଞ୍ଚାୟତକୁ ବଫର ଜୋନ ଘୋଷଣା କରାଯାଇଛି ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ର‌୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂର ଶୁଭାରମ୍ଭ କରାଯାଇଛି । ଏଥିରେ ଯେଉଁ ରୋଗୀ ଜ୍ୱର, କାଶ ଆଦି ଲକ୍ଷଣ ଥାଇ ଚିକିତ୍ସା ପାଇଁ ମେଡିକାଲକୁ ଆସିବେ ସେମାନଙ୍କୁ ପ୍ରାଥମିକତା ଦିଆଯାଇ ଏହି ଟେଷ୍ଟିଂ କରାଯିବ । ଟେଷ୍ଟିଂର ଫଳାଫଳ ମାତ୍ର ୧ଘଣ୍ଟା ମଧ୍ୟରେ ମିଳିପାରିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କୋଭିଡ୍ ଆଇନ ଉଲ୍ଲଂଘନ କରି ହୋଟେଲ ବ୍ୟବସାୟ କରୁଥିବା ବାସୁଦେବପୁର ବଜାରର ୫ଟି ହୋଟେଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । କୋବିଡ ଆଇନ ଅନୁଯାୟୀ ହୋଟେଲ ମାଲିକମାନେ କେବଳ ପାର୍ସଲ ଭାବେ ଖାଦ୍ୟ ଯୋଗାଇ ପାରିବାକୁ ଥିବା ବେଳେ ବାସୁଦେବପୁର ବଜାରରେ ଥିବା ହୋଟେଲ ମା’ଦୁର୍ଗା, ହୋଟେଲ ଆମ ଗାଁ, ହୋଟେଲ ମନିଷା, ହୋଟେଲ ସୁଭଦ୍ରା, ହୋଟେଲ ଅଭିଷେକ ଖାଦ୍ୟ ପାର୍ସଲ ଯୋଗାଇବା ପରିବର୍ତ୍ତେ ହୋଟେଲରେ ଗ୍ରାହକଙ୍କୁ ବସାଇ ଖାଇବାକୁ ଦେଉଥିଲେ । ପ୍ରଶାସନ ଏହି ଖବର ଜାଣିବା ପରେ ଅଚାନକ ଚଢ଼ଉକରି ହୋଟେଲଗୁଡ଼ିକୁ ସିଲ୍ କରିଛି । ସେହିପରି ଭଦ୍ରକ ପୌରପାଳିକା ପକ୍ଷରୁ ଭଦ୍ରକ ସହରର ବନ୍ତ ଛକଠାରେ ଥିବା ଆମିଷ ବଜାରକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking