32.1 C
Bhubaneswar
Thursday, March 28, 2024
Homeଓଡିଶାଟିଭିଦେଖା ହେଲା କାଳ : ମା' ଗାଳିଦେବାରୁ ବିଷ ପିଇଦେଲା ଝିଅ

ଟିଭିଦେଖା ହେଲା କାଳ : ମା' ଗାଳିଦେବାରୁ ବିଷ ପିଇଦେଲା ଝିଅ

ବାସୁଦେବପୁର : ଟିଭି ଦେଖୁଥିବାରୁ ମା’ ଗାଳିଦେବା ଫଳରେ ଝିଅ ବିଷପିଇ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପାରା ଗାଁ’ରେ । ମୃତକ ସେହି ଗାଁ’ର ଲିପି ପୁଷ୍ପା ଦାସ ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଲିପି ଘରେ ଟିଭି ଦେଖୁଥିବା ବେଳେ ମା’ ବାରମ୍ବାର ଟିଭି ଦେଖିବାକୁ ବାରଣ କରିବା ସହିତ ରାଗିଥିଲେ । ଫଳରେ ଲିପି ରାଗିଯାଇ ବିଷ ପିଇ ଦେଇଥିଲା । ପରିବାର ଲୋକେ ତୁରନ୍ତ ତାକୁ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ସେଠାରେ ଚିକିତ୍ସା ପରେ ଗୁରୁବାର ସକାଳେ ଲିପି ସାମାନ୍ୟ ସୁସ୍ଥହେବା ପରେ ଘରକୁ ଚାଲିଯାଇଥିଲେ । ହେଲେ ଘରେ ପହଞ୍ଚିବାର କିଛି ସମୟ ପରେ ହଠାତ୍ ଲିପି ଅବସ୍ଥା ଗୁରୁତର ହେଇପଡିଥିଲା । ତୁରନ୍ତ ପରିବାର ଲୋକ ବାସୁଦେବପୁର ଡାକ୍ତରଖାନା ଆଣିଥିଲେ । ମାତ୍ର କିଛି ସମୟର ଚିକିତ୍ସା ପରେ ସେ ପ୍ରାଣ ହରାଇଥିଲା । ତେବେ ଡାକ୍ତରଙ୍କ ଅବହେଳାରୁ ଲିପିର ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ କରିବାରୁ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା ।
ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ସକାଳେ ମେଡିକାଲ ତରଫରୁ ଡିସ୍‌ଚାର୍ଜ କରାଯିବାରୁ ଲିପି ଅବସ୍ଥା ଏପରି ହେଲା ବୋଲି ମୃତକ ପରିବାର ପକ୍ଷରୁ କୁହାଯିବା ସହ ମେଡିକାଲ ତରଫରୁ ସେମାନଙ୍କୁ ଡିସ୍‌ଚାର୍ଜ ସାର୍ଟିଫିକେଟ୍ ଦିଆଯାଇନଥିବା ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଡିସ୍‌ଚାର୍ଜ ସାର୍ଟିଫିକେଟ୍ ନଥିବା ବେଳେ ସେମାନେ କିପରି ଘରକୁ ଗଲେ ବୋଲି ମେଡିକାଲ ଅଧିକାରୀ ଡାକ୍ତର ସୁଶାନ୍ତ ସାମନ୍ତ ପ୍ରଶ୍ନ କରିଛନ୍ତି । ତେବେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ପଚାରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking