32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବର୍ଷାଙ୍କୁ ମିଳିଲା ପୋଲିସ ସୁରକ୍ଷା

ବର୍ଷାଙ୍କୁ ମିଳିଲା ପୋଲିସ ସୁରକ୍ଷା

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇଇ ହିଂସାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗିରହିଛି । ଅନୁଭବଙ୍କ ଘରେ ବର୍ଷାଙ୍କ ଭିଡିଓଗ୍ରାଫ ପ୍ରସଙ୍ଗରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିବା ପରେ ବର୍ଷାଙ୍କୁ ମିଳିଛି ପୋଲିସ ସୁରକ୍ଷା । ଅନୁଭବଙ୍କ ଘରେ ଜଣେ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏନେଇ କମିସରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ଷା ପ୍ରିୟଦର୍ଶନୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ।୨ ଯୁବକ ଭିଡିଓ କରିବା ପରେ ବର୍ଷା ଏହି ପଦକ୍ଷେପ ନେଇଥିଲେ । ବର୍ଷାଙ୍କ ଓକିଲଙ୍କ ପକ୍ଷରୁ ପୁରୀଘାଟେ ଥାନାରେ ଆବେଦନ କରାଯାଇଥିଲା ।

ଗତକାଲି ଘରେ ଥିବା ବେଳେ ୨ ଅଜଣା ଯୁବକ ଘରକୁ ପଶିଥିବା ଅଭିଯୋଗ କରାଯାଉଛି ।୨ ଅଜଣା ଯୁବକ ବେଡରୁମ୍‌ରେ ପଶି ଫଟୋ ଉଠାଇଥିଲେ ବୋଲି ବର୍ଷା କହିଛନ୍ତି ।ଘରେ ଖାଉଥିବା ବେଳେ ଏପରି ଘଟିଥିବା ବର୍ଷା ଅଭିଯୋଗ କରିଛନ୍ତି । କାଲି ମଧ୍ୟ ୧୦୦କୁ ଡାଏଲ୍ କରି ପୋଲିସଠୁ ସୁରକ୍ଷା ମାଗିଥିଲା ବର୍ଷା ।କାଲିଠୁ ବର୍ଷାଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ମହିଳା କନେଷ୍ଟବଳ ଅଛନ୍ତି ।ସାଂସଦ ଅନୁଭବଙ୍କ ମହାନ୍ତିଙ୍କ ନନ୍ଦିସାହି ଘରେ ବର୍ଷାଙ୍କୁ ସୁରକ୍ଷା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking