କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପରିବାର ଅଦାଲତରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଅସମାପ୍ତ ରହିଛି । ପ୍ରଥମ ଦୁଇ ଦିନ ଧରି ବର୍ଷାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଗତକାଲିଠାରୁ ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଉଛି । ଆଜି ତାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ବେଳେ ବର୍ଷା ଅନୁପସ୍ଥିତ ଥିଲେ । ଯୁକ୍ତି ଉପସ୍ଥାପନ ଅସମାପ୍ତ ରହିଥିବାବେଳେ ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ସେହିଦିନ ଅଦାଲତରେ ଉପସ୍ଥିତ ରହିବା ପାଇଁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।