30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକଥା ରଖିଲେନି ଅନୁଭବ

କଥା ରଖିଲେନି ଅନୁଭବ

ଭୁବନେଶ୍ୱର: ଚର୍ଚ୍ଚିତ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟରେ ଉଠିଥିବା ଝଡର ସମାଧାନ ହୋଇପାରୁନି । ଏହାରି ଭିତରେ କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । କାଲି ଭେଟିବାକୁ ପ୍ରତିଶୃତି ହେଇଥିଲେ ବି ଆଜି ସେ ଭେଟିନଥିବା ଅଭିଯୋଗ ହୋଇଛି । ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି । ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ଗତକାଲି ତାଙ୍କ ଘରକୁ ଯାଇଥିଲୁ, ଉଭୟ ବର୍ଷା ଓ ଅନୁଭବଙ୍କୁ ଭେଟିଥିଲୁ । ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ । ସାସଂଦ ଆଜି ଆମକୁ ସମୟ ଦେବେ ବୋଲି କହିଥିଲେ, ସେହି ଅନୁସାରେ ଆସିଥିଲୁ । ଆଜି ବର୍ଷାଙ୍କ ସହ କଥା ହେଲୁ, କିନ୍ତୁ ଅନୁଭବ ଦେଖା ଦେଲେ ନାହିଁ । ଘରେ ଥିଲେ ବି ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ ମନା କରିଥିଲେ । କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁଁ ସେ ମର୍ମାହତ ବୋଲି କହିଥିଲେ । ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ, ଉଭୟଙ୍କ ମିଳାମିଶା ଚାହିଁଛୁ । ଅନୁଭବ ଆମକୁ କଥା ଦେଇ କଥା ରଖିଲେନି, ସେ ସମାଧାନ ଚାହୁଁନାହାନ୍ତି । ଗତକାଲି ବି ୫ ଜଣ ସଦସ୍ୟ ଯାଇ ଉଭୟ ଅନୁଭବ ଓ ବର୍ଷାକୁ ଭେଟିଥିଲେ । ଭଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ସଦସ୍ୟା’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking