ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୂ

କଟକ : ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୂ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଘରୁ ତଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବର୍ଷା ଅଭିଯୋଗ ଆଣିଛନ୍ତି। ରହିବା ପାଇଁ କୌଣସି ବିକଳ୍ପ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ସେହିପରି ବର୍ଷାଙ୍କ ବିରୋଧରେ ଶାଶୂ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ୬୦ ବର୍ଷ ତଳର ଘର ମରାମତି ଆବଶ୍ୟକତା ରହିଛି। ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। ବର୍ଷା କିନ୍ତୁ ଘର ଖାଲି କରିବାକୁ ରାଜି ନଥିବା ମଧୁସ୍ମିତା ଏତଲାରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ, ଘରକୁ ଆସି ତଦନ୍ତ କରିବାକୁ ବର୍ଷା ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here