30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତଙ୍କ ପତ୍ନୀଙ୍କ ବିୟୋଗ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତଙ୍କ ପତ୍ନୀଙ୍କ ବିୟୋଗ

ପୁରୀ: ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର କରୋନାରେ ଆଖି ବୁଜିବାର ୪୮ ଘଣ୍ଟା ନପୁରୁଣୁ ଆଖି ବୁଜିଛନ୍ତି ତାଙ୍କର ଧର୍ମପତ୍ନୀ ବିନୋଦିନୀ ଦାସ ମହାପାତ୍ର । ସୂଚନା ଅନୁସାରେ, ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶ୍ରୀ ଦାସମହାପାତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଦଇତାପତି ନିଯୋଗର ସଂପାଦକ ଥିଲେ । ୨୦୧୫ ନବକଳେବର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ୩ ଦିନ ତଳେ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରେ ସଙ୍ଗରୋଧରେ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking