40.1 C
Bhubaneswar
Thursday, April 25, 2024
Homeଓଡିଶାବାରିପଦା ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣର ଘଟଣାରେ ବିଧାୟକ ଏବଂ ସମର୍ଥକଙ୍କୁ ଥାନାରେ ଅଟକ ରଖି...

ବାରିପଦା ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣର ଘଟଣାରେ ବିଧାୟକ ଏବଂ ସମର୍ଥକଙ୍କୁ ଥାନାରେ ଅଟକ ରଖି ପୋଲିସର ପଚରାଉଚରା

ମୟୂରଭଞ୍ଜ(ଘାସିରାମ ବେହେରା)- ବାରିପଦାବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସମର୍ଥକଙ୍କୁ ଘରୁ ଉଠାଇ ଆଣିଲା ଟାଉନଥାନା ପୋଲିସ। ଥାନାରେ ଅଟକ ରଖି ପଚରାଉଚରା ଜାରୀ। ଘଟଣା ସମ୍ପର୍କରେ ପ୍ରଚାର ପରେ ଥାନା ସମ୍ମୁଖରେ ବଢୁଛି ସମର୍ଥକଙ୍କ ଗହଳି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା। ତେବେ ଗତକାଲି ରାତିରେ ବିଧାୟକ ଏବଂ ସମର୍ଥକ ବାରିପଦା ITDA ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀଜେନା ବିଧାୟକଙ୍କ ଡାକରା ପାଇ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ଆଲୋଚନା ସମୟରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କୁ ଆକ୍ରମଣ କରିଥିଲା ବେଳେ ଉପସ୍ଥିତ ଥିବା ସମର୍ଥକମାନେ ମଧ୍ୟ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଯନ୍ତ୍ରୀ ଗଣପତି ଜେନା । ପରେ ପ୍ରାୟ ରାତି ୮.୩୦ ମିନିଟ ପାଖାପାଖିରେ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ଆହତ ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନା ।

 

ଅନ୍ୟପଟେ ବାରିପଦା ବିଧାୟକ ପ୍ରକାଶ ସୋରେନ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ମାରିବା ସହିତ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିବା ସହ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଧାୟକ ହାତପାଣ୍ଠି ଅର୍ଥରେ ନୂତନ ପ୍ରକଳ୍ପ ସାଙ୍ଗକୁ ସରକାରୀ ଯୋଜନାରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ଜେନାଙ୍କ ଅସହଯୋଗ ପାଇଁ ବାଧାପ୍ରାପ୍ତ ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରି ତାଗିଦ କରିଥିବାର ପ୍ରକାଶ କରିଛନ୍ତି । ତାଙ୍କର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ପିଏ ଆଇଟିଡ଼ିଏ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇ ଥିଲେ,ବି ଦେଖିବା ବୁଝିବା କହି ରହିଗଲେ । ଏହି ସମସ୍ତ ଘଟଣା ବିଧାନସଭାରେ ଉପସ୍ଥାପନ କରାଇବେ ବୋଲି କହିଛନ୍ତି ।

ତେବେ ଏହି ଘଟଣାରେ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ଭିତ୍ତିରେ ଆଜି ଟାଉନଥାନା ପୋଲିସ ବାରିପଦା ବିଧାୟକଙ୍କ ସମେତ ୱାର୍ଡ଼ ନଂ୭ରେ ଥିବା ତାଙ୍କର ଜଣେ ସମର୍ଥକ ପ୍ରଶାନ୍ତ ବେହେରାଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ତେବେ ଘଟଣା ପ୍ରଚାର ହେବାପରେ ଥାନା ସମ୍ମୁଖରେ ସମର୍ଥକଙ୍କ ଗହଳି ବଢ଼ିବା ସହିତ ଥାନା ସମ୍ମୁଖ ମୁଖ୍ୟରାସ୍ତାକୁ ଅବରୋଧ କରି ଜନପ୍ରିୟ ବିଧାୟକଙ୍କୁ ସମ୍ମାନର ସହ ଛାଡିବାକୁ ଦାବି କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking