28.1 C
Bhubaneswar
Saturday, April 20, 2024
Homeଓଡିଶାଭିଜିଲାନ୍ସ ଜାଲରେ ବରଗଡ଼ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ ବରଗଡ଼ କୃଷି ଅଧିକାରୀ

ପଦ୍ମପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ ।

ସୂଚନା ଅନୁସାରେ, ସାର ଡିଲରଙ୍କଠାରୁ ଲାଞ୍ଚ ନେଉଥିଲେ ପ୍ରଣୟ । ଲାଇସେନ୍ସ ପାଇଁ ପ୍ରଣୟ ଲାଞ୍ଚ ନେଉଥିବା ଜଣାପଡିଛି । ଧରାପଡିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଣୟଙ୍କ ଘରେ ଚଢ଼ାଉ ଜାରି ରହିଛି ।

ତେବେ ରାଜ୍ୟରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ଜାଲରେ ଫସିଥିଲେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର । ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ହୋଇଥିଲା । ଯାଜପୁର ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକାକାଳୀନ ରେଡ୍ ହୋଇଥିଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking