28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବାର୍ଦ୍ଧକ୍ୟଭତ୍ତା ପ୍ରଦାନରେ ଅନିୟମିତତା

ବାର୍ଦ୍ଧକ୍ୟଭତ୍ତା ପ୍ରଦାନରେ ଅନିୟମିତତା

ମୟୁରଭଞ୍ଜ : ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନରେ ଅନିୟମିତତା ଭଳି ଘଟଣା ଆସିଲା ସାମ୍ନାକୁ। ମଞ୍ଜୁର ପରେ କିଏ ୧୦ମାସ ତ ପୁଣି କିଏ ୧୨ ମାସର ଭତ୍ତା ଟଙ୍କା ନ ପାଇ ହତାଶା ମଧ୍ୟରେ ସମୟ କାଟୁଥିଲେ। ତେବେ ଏହି ସମୟରେ ହିତାଧିକାରୀଙ୍କୁ ଭତ୍ତାଟଙ୍କା ଅଟକ ରଖାଯିବା ପଛରେ କଣ ଥିଲା ରହସ୍ୟ। କୋଉଠି ଅଟକିଥିଲା, କାହିଁକି ଅଟକି ରହିଥିଲା,କିଏ ଅଟକ ରଖିଥିଲେ ତାକୁନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ସ୍ଥାନୀୟ ଯୁବକ ଏବଂ ଗଣମାଧ୍ୟମର ହସ୍ତକ୍ଷେପ ପରେ ତରବରିଆ ଭାବେ ପଞ୍ଚାୟତ ପକ୍ଷରୁ ଉପେକ୍ଷିତ ହିତାଧିକାରୀଙ୍କୁ ଡକାଇ ବଣ୍ଟନ ହୋଇଛି ଭତ୍ତାଟଙ୍କା। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ମଞ୍ଜୁର ହୋଇଥିଲା ତେବେ ଦୀର୍ଘମାସ ପର୍ଯ୍ୟନ୍ତ ବଣ୍ଟା ହେଉନଥିଲା କାହିଁକି ? ଏହାର ତଦନ୍ତ କରାଯାଇ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ଦେଖାଦେଇଛି। ସୂଚନାଯୋଗ୍ୟ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ସରକାରୀ ଯୋଜନା, ହେଲେ ବାସ୍ତବରେ କିଛି ଦୁର୍ନୀତିଖର ଏବଂ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ପାଇଁ ସାଧରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଭଳି ଅଭିଯୋଗ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ସରକାରୀ ସ୍ଥରରେ ଦୁର୍ନୀତି ରକିବା ପାଇଁ 5t ଭଳି ଯୋଜନା ପ୍ରଣୟନ କରାଯାଇଥିଲେ ବି ତାହାକୁ ଭୃକ୍ଷେପ କରୁନାହାନ୍ତି କିଛି ଦୁର୍ନୀତିଖର ଏବଂ ଲାଞ୍ଚୁଆ ସରକାରୀ ଅଧିକାରୀ । ଏପରିକି ଗରିବଗୁରୁବାଙ୍କ ଭତ୍ତାଟଙ୍କା ହଡପକରିବାକୁ ମଧ୍ୟ ପଛାଉ ନାହାନ୍ତି କିଛି ଅସାଧୁ ଅଧିକାରୀ ବୋଲି ଆଲୋଚନା ହେଉଛି।ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପୁରୁଣାପାଣି ପଞ୍ଚାୟତରେ । ଏହି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୧୦ମାସର ଭତ୍ତାଟଙ୍କା ଉଭାନ ହେବା ଏବଂ କିଛି ସ୍ଥାନୀୟ ଯୁବକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ତରବରିଆ ଭାବେ ପ୍ରଦାନ କରାଯିବା ଘଟଣା ଏବେ ଆଲଚନାର ବିଷୟ ପାଲଟିଛି। ସୂଚନା ଅନୁସାରେ ସେହି ପଂଚାୟତର ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଭତ୍ତା ୨୦୧୯ ଜୁଲାଇ ମାସରୁ ମଞ୍ଜୁର ହେଇଥିଲେ ମଧ୍ୟ, ତାଙ୍କୁ ପ୍ରଦାନ କରାଯାଉନଥିଲା,ପରେ କିଛି ସ୍ଥାନୀୟ ଯୁବକ ଏବଂ କିଛି ଗଣମାଧ୍ୟାମ ପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ଅତି ତରବରିଆ ଭାବରେ ବିଜ୍ଞାପନ ଦେଇ ତାହା ଗତକାଲି ପ୍ରଦାନ କରାଯାଇଛି। ଏବିଷୟରେ କେହି ମୁହଁ ଖୋଲିବାକୁ ନାରାଜ। ଅଧିକାରୀଙ୍କ ଗୁମର ଖୋଲିଯିବା ଭୟରେ ଭତ୍ତାଟଙ୍କା ପ୍ରଦାନ କରୁଥିବା ସମୃକ୍ତ ଅଧିକାରୀ ଗଣମାଧ୍ୟାମ ଆଗରେ କିଛି କହିବାକୁ ମନା କରି ଦେଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଦୀର୍ଘଦିନ ଧରି ଭତ୍ତା ଟଙ୍କା ମଞ୍ଜୁର ହେଇଥିଲେ ବି ହିତାଧିକାରୀଙ୍କୁ ପ୍ରଦାନ କରାଯାଉ ନ ଥିଲା କାହିଁକି।ଦୀର୍ଘଦିନ ଧରି ଏତେ ଟଙ୍କା ଥିଲା କାହାପାଖରେ, ହିତାଧିକାରୀଙ୍କୁ ବାଣ୍ଟିବା ବଦଳରେ ରଖିବା ପଛରେ ଦାୟୀ କିଏ, କାହିଁକି ରଖାଯାଇଥିଲା, ରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ ନ ଥିଲା ତ ଯଦି ଏଇଆ ନୁହେଁ ତେବେ ଗରିବ ହିତାଧିକାରୀଙ୍କ ଟଙ୍କା ହଡପ ପାଇଁ ଏସବୁ ଚକ୍ରାନ୍ତ ଚତୁରତାର ସହ ଚାଲିଥିଲା କି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସ୍ପର୍ଶକାତର ଘଟଣାରେ ଉପେକ୍ଷିତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେଇ ଜିଲ୍ଲାପାଳ ଏହାର ତଦନ୍ତ କରିବେକି ବୋଲି ଆଲୋଚନା ହେଉଥିବା ବେଳେ ସମୟ କହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking