28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶବର୍ବରା ରାଓଙ୍କୁ ସୁପ୍ରିମକୋର୍ଟରେ ନିୟମିତ ଜାମିନ

ବର୍ବରା ରାଓଙ୍କୁ ସୁପ୍ରିମକୋର୍ଟରେ ନିୟମିତ ଜାମିନ

ନୂଆଦିଲ୍ଲୀ : ଭୀମା କୋରୋଗାଓଁ ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ତେଲୁଗୁ କବି ବର୍ବରା ରାଓଙ୍କୁ ସୁପ୍ରିମକୋର୍ଟରେ ନିୟମିତ ଜାମିନ ପ୍ରଦାନ କରାଯାଇଛି । ୮୨ ବର୍ଷୀୟ ବର୍ବରାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ବମ୍ବେ ହାଇକୋର୍ଟ ୨୦୨୧ ଫେବୃଆରୀ ୨୨ରେ ଜାମିନ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଜାମିନ ମିଆଦକୁ ପର୍ଯ୍ୟାୟକ୍ରମେ ଚଳିତବର୍ଷ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ନିୟମିତ ଜାମିନ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି ବର୍ବରାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ ସୁଯୋଗର ଅପବ୍ୟବହାର ନକରିବାକୁ ତାଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking