32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମନମୋହନ ସିଂଙ୍କ ଚୟନ ରାହୁଲ ଗାନ୍ଧୀଙ୍କ ପାଇଁ ରାଜନୈତିକ ପ୍ରତିବନ୍ଧ ନୁହଁ: ବାରାକ ଓବାମା

ମନମୋହନ ସିଂଙ୍କ ଚୟନ ରାହୁଲ ଗାନ୍ଧୀଙ୍କ ପାଇଁ ରାଜନୈତିକ ପ୍ରତିବନ୍ଧ ନୁହଁ: ବାରାକ ଓବାମା


ନୂଆଦିଲ୍ଲୀ : ଆମେରିକାର ପୁର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଜିବନୀ ପୁସ୍ତିକା ‘ ଏ ପ୍ରୋମିଶ୍‌ଡ଼ ଲ୍ୟାଣ୍ଡ’ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବିଶେଷକରି ଭାରତର ଗଣମାଧ୍ୟମରେ ଏହାର ଆଲୋଚନା ଗତ ୩ ଦିନ ହେବ ଜୋର ସୋରରେ ଚାଲିଛି । ତାହାର କାରଣ ହେଉଛି ଓବାମାଙ୍କ ଭାରତୀୟ ରାଜନୀତି ଉପରେ କରିଥିବା ଟିପ୍ପଣୀ । ନିଜ ପୁସ୍ତକରେ ସେ କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧିଙ୍କୁ ଏକ ଅପରିପକ୍ୱ ଓ ପିଲାଳିଆ ବ୍ୟବହାର କରୁଛନ୍ତି ବୋଲି କହି ଚିତ୍ରଣ କରିଛନ୍ତି ଏବଂ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନସିଂଙ୍କୁ ସେ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, କେତେକ ରାଜନୀତି ସମୀକ୍ଷକଙ୍କ ମତରେ ମନମୋହନ ସିଂଙ୍କ ଚୟନ ବହୁତ ବିଚାର ପରେ କରାଯାଇଥିଲା ଓ ଏବେ ମଧ୍ୟ ଭାରତୀୟ ରାଜନୀତି ଜାତି ଧର୍ମକୁ ବିଶେଷ କରି ପ୍ରଭାବିତ ହେଉଛି । କିନ୍ତୁ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ହେବାର ଚୟନ ଭାରତକୁ ଏକ ଉନ୍ନତି ଦିଗରେ ନେବାପାଇଁ ଏକ ପ୍ରୟାସ ଥିଲା । କାରଣ ମନମୋହନ ସିଂ ଏପରି ଜଣେ ବରିଷ୍ଠ ଶିଖ ନେତା ଥିଲେ ଯାହାଙ୍କର କୈାଣସି ରାଜନୈତିକ ଆଧାର ନଥିଲା । ଏପରି ଜଣେ ନେତାଙ୍କଠାରୁ ସୋନିଆ ଗାନ୍ଧୀଙ୍କୁ ତାଙ୍କ ୪୦ ବର୍ଷ ପୁଅ ପାଇଁ କୌଣସି ରାଜନୈତିକ ଅସୁବିଧା ନଥିଲା । ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମନମୋହନ ସିଂ ତାଙ୍କ ନେତୃତ୍ୱରେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହାମଲାକୁ ସଫଳତରେ ସହ ନିୟନ୍ତ୍ରଣ କରିଥିଲେ । କିନ୍ତୁ ସେହି ଘଟଣାହିଁ ତାଙ୍କ ରାଜନୈତିକ କ୍ଷତି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking