28.1 C
Bhubaneswar
Friday, March 29, 2024
Homeଓଡିଶାଶନି, ରବି ସଟଡାଉନ ରହିବ ଏହି ସବୁ ଜିଲ୍ଲା

ଶନି, ରବି ସଟଡାଉନ ରହିବ ଏହି ସବୁ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଏବେ ବଢି ଚାଲିଛି  କରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିପାଇଁ ରାଜ୍ୟ ସରକାର ଅଧିକ ସଂକ୍ରମିତ ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟ ଡାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି କେନ୍ଦୁଝର, ନବରଂଗପୁର ଓ ଜଗତସିଂହପୁରକୁ ଶନି ଓ ରବିବାର ଜିଲ୍ଲାପାଳ ସଟ ଡାଉନ ଘୋଷଣା କରିଥିବା ବେଳେ ଆଜି କନ୍ଧମାଳ ଓ ବରଗଡ ଶନି ଓ ରବିବାର ସଟ ଡାଉନ ହେବାକୁ ଘୋଷଣା ହୋଇଛି । ଏବେ ପ୍ରତି ଶନିବାର ଓ ରବିବାର ବରଗଡ ଜିଲ୍ଲା ସଟ ଡାଉନ ରହିବ । କରୋନା ପାଇଁ ସପ୍ତାହାନ୍ତ ସଟ ଡାଉନ କରିବାକୁ ପ୍ରଶାସନ ଘୋଷଣା କରିଛନ୍ତି । ମହାମାରୀ କରୋନାର ସଂକ୍ରମଣକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି ।  ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିବା ଜଣାପଡିଛି ।
ସେହିଭଳି କରୋନା ସଂକ୍ରମଣ ରୋକିବାକୁ ବଲାଙ୍ଗୀର ଜିଲ୍ଲାପାଳ ନୂଆ ନିଷ୍ପତ୍ତି ନେଇଛନ୍ତି । ଏବେ ଅନ୍ୟ ଜିଲ୍ଲାପରି ବଲାଙ୍ଗୀରରେ ମଧ୍ୟ ପ୍ରତି ଶନିବାର ଓ ରବିବାର ବଲାଙ୍ଗୀର ଜିଲ୍ଲା ସଟ ଡାଉନ ରହିବ । ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ହୋଟେଲ, ଫାଷ୍ଟଫୁଡ ବନ୍ଦ ରହିବ । ଚା ପାନ ଦୋକାନ, ରାସ୍ତାକଡ ଜଳଖିଆ ଓ ଲସି ଦୋକାନ ବି ବନ୍ଦ ରହିବ । ଏହି କଟକଣା ଆସନ୍ତାକାଲି ଠାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ । ସେହିପରି ଢେଙ୍କାନାଳ  ଓ କୋରାପୁଟ କୁ ବି ପ୍ରତି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । କଟକଣା କୁ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking