34.1 C
Bhubaneswar
Friday, March 29, 2024
Homeଓଡିଶାଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ବରଗଡ଼ ପୋଲିସ

ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ବରଗଡ଼ ପୋଲିସ

ବରଗଡ : କରୋନା ପାଇଁ ଏବେ ସବୁଠି ଲକ ଡାଉନ । ବିଭିନ୍ନ ଅଂଚଳରେ ପୋଲିସ ଭୟ, ଲାଠି ମାଡ଼ ଦେଖାଇ ଲୋକଙ୍କୁ ସଚେତନ କରୁଥିବା ବେଳେ ବରଗଡ଼ ଅଂଚଳରେ ଟିକିଏ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିଆରା ଦୃଶ୍ୟଟି ହେଲା ବରଗଡ଼ ଜିଲ୍ଲା ପୋଲିସ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି । ହାତକୁ ବାରମ୍ବାର ସାବୁନରେ ଧୋଇବା, ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା । ସେହିପରି ସର୍ଦ୍ଦି , ଖାସି , ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିବା । ଯଦ୍ୱାରା କରୋନା ଭୁତାଣୁ ସଂକ୍ରମଣକୁ ଆମେ ରୋକିପାରିବା । ଏପରି କିଛି ବାର୍ତାକୁ ବରଗଡ଼ ଜିଲ୍ଳା ପୋଲିସ ତରଫରୁ ଗୀତ ମାଧ୍ୟମରେ ସଚେତନତା କରାଯାଉଛି । ସମ୍ବଲପୁରୀ ଏବଂ ହିନ୍ଦୀ ଦୁଇଟି ଭାଷାରେ କରାଯାଇଥିବା ଗୀତରେ ବରଗଡ଼ରେ କାର୍ଯ୍ୟରତ କନେଷ୍ଟବଳ ବୃନ୍ଦାବତୀ ସାହୁ କଣ୍ଠଦାନ କରିଛନ୍ତି । ସେହିପରି ଏହି ଗୀତଗୁଡିକ ବରଗଡ଼ ଆର ଆର ଷ୍ଟୁଡିଓରେ ରେକର୍ଡିଂ କରାଯାଇଥିବା ବେଳେ ଗୀତ ପୂର୍ବରୁ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ଏହି ଗୀତକୁ ଆମୋଦ ପ୍ରମୋଦ ଭାବରେ ନ ନେଇ ଏହାକୁ ପ୍ରତିଷେଧମୂଳକ ଉପଦେଶ ଭାବରେ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଗୀତ ରେକର୍ଡିଂ ସମୟରେ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାହାରୀ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking