30.1 C
Bhubaneswar
Thursday, April 25, 2024
Homeଓଡିଶାଭଡ଼ା ଘରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଡ଼ା ଘରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୋରା ଗ୍ରାମର ଏକ ଭଡା ଘରୁ ଜନୈକା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ବଲାଙ୍ଗିର ଜିଲ୍ଲା ଲରମ୍‌ମୁଣ୍ଡା ଗ୍ରାମର ଜ୍ୟୋସ୍ନା ମରାଇ (୨୬) ବୋଲି ଜଣାପଡିଥିବା ବେଳେ ତାକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଜ୍ୟୋସ୍ନା ତାଙ୍କ ସ୍ୱାମୀ ବଲାଙ୍ଗିର  ଜିଲ୍ଲା ଦୁଏଲ ଗ୍ରାମର ବଲିଷ୍ଠ ରଣାଙ୍କ ସହ ଦୀର୍ଘ ୨ ବର୍ଷ ହେବ ତୋରା ଗ୍ରାମର ଯୋଗେଶ୍ୱର ସାହୁଙ୍କ ଉକ୍ତ ଭଡା ଘରେ ରହିଆସୁଥିଲେ । ଶୁ୍‌କ୍ରବାର ବଲିଷ୍ଠ ଘରକୁ ଫେରିବା ପରେ ଜ୍ୟୋସ୍ନାଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲେ । ଏ ନେଇ ଖବର ପାଇ ଟାଉନ ଥାନା ପୁଲିସ ତୋରା ଗ୍ରାମକୁ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ,  ବଲିଷ୍ଠ ପୂର୍ବରୁ ବିବାହିତ ଥିବା ସହ ତାଙ୍କର ତିନୋଟି ସନ୍ତାନ ଥିବା ଜଣାପଡିଛି । ଅପରପକ୍ଷେ ଜ୍ୟୋସ୍ନା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହ ଉଭୟେ ଆଠ ବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭାବରେ ଏକାଠି ରହୁଥିଲେ ।  ବରଗଡ଼ ତଥା ଆଖପାଖ ଅଞ୍ଚଳରେ ପନିପରିବା ବିକ୍ରି କରିବା ସହ ଦୁଇ ବର୍ଷ ହେବ ତୋରା ଗ୍ରାମର  ଭଡା ଘରେ ବଲିଷ୍ଠ ଏବଂ ଜ୍ୟୋସ୍ନା ରହୁଥିବା ଜଣାପଡିଛି । ତେବେ ସେମାନଙ୍କ ପାଖ ଘରେ ୪ ଜଣେ ବଙ୍ଗାଳୀ ଫେରିବାଲା ରହୁଥିଲେ । ଏସଡିପିଓ ଦିପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାହାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking