34.1 C
Bhubaneswar
Thursday, March 28, 2024
Homeଅପରାଧଝାରବନ୍ଦ ବ୍ଲକରେ ବେଧଡକ ଚାଲିଛି ନିସାକାରବାର

ଝାରବନ୍ଦ ବ୍ଲକରେ ବେଧଡକ ଚାଲିଛି ନିସାକାରବାର

ବରଗଡ଼ : ବରଗଡ଼ ଜିଲ୍ଲା ଝାରବନ୍ଦ ବ୍ଲକରେ ବେଧଡକ ଚାଲିଛି ନିସାକାରବାର। ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ କ୍ରମେ ପୋଲିସ,  ଅବକାରୀ ବିଭାଗ ଓ ଭାଟି ମେନେଜର, ମିଲିତ ଭାବରେ ଏହି ଏରିଆରେ ଚାଲିଛି ନିଶା କାରବାର । କାରଣ ଅନେକ ଥର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିସାରିଛନ୍ତି ହେଲେ ମଧ୍ୟ କୌଣସି ଅଧିକାରୀ ଅଣଦେଖା କରିଛନ୍ତି। ଯେତେବେଳେ ମଦଭାଟିକୁ ଲାଇସେନ୍ସ ଦିଆଯାଇଛି ଭାଟିରେ ମଦ ବିକ୍ରି କରିବାପାଇଁ ହେଲେ ଭାଟି ମେନେଜର ମାନେ ଟଙ୍କା ଲୋଭରେ ପ୍ରତ୍ୟେକ ପଂଚାୟତରେ କେତେକ କୁଚିଆ କୁ ମଦ ବିକ୍ରି କରିବାକୁ ଭାଟିରୁ ବାହାରକୁ ଦେଉଛନ୍ତି ଯାହାଫଲରେ ଗାଁ ଗାଁରେ ଅନେକ କଲହ ସୃଷ୍ଟି ହୋଇଛି। ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ସମୟସୀମା ଦେଇଥିବା ସ୍ବତ୍ତେ ମଧ୍ୟ ତା ଠାରୁ ଅଧିକ ଦିନ ନେଉଛି। ଏହାକୁ ଅଭିଯୋଗ କଲେ ମଧ୍ୟ ପୋଲିସ ବା ଅବକାରୀ ବିଭାଗର ଅଧିକାରୀ କିଛି ଅଫିସର ମଦ ଭାଟି ମେନେଜର ଏବଂ ମଦବିକ୍ରୀ କରୁଥିବା ବ୍ୟକ୍ତିଙ୍କଠୁ କିଛି ଟଙ୍କା ନେଇ ନ ଜାଣିଲାପରି ଚୁପ୍ ରହୁଛନ୍ତି। ଏଭଲି କିଛି ଅଫିସରମାନଙ୍କ ପାଇଁ ତାଙ୍କର ବିଭାଗକୁ ଜନସାଧାରଣରେ ବଦନାମ ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking