27.8 C
Bhubaneswar
Friday, April 19, 2024
Homeଓଡିଶାଦଶମ ଦିବସରେ ବରଗଡ଼ ଧନୁଯାତ୍ରା-କୃଷ୍ଣ ବଲରାମଙ୍କ ମଧୁରା ଭ୍ରମଣ : କଂସ ସ୍ୱପ୍ନରେ କୃଷ୍ଣଙ୍କ ସହିତ...

ଦଶମ ଦିବସରେ ବରଗଡ଼ ଧନୁଯାତ୍ରା-କୃଷ୍ଣ ବଲରାମଙ୍କ ମଧୁରା ଭ୍ରମଣ : କଂସ ସ୍ୱପ୍ନରେ କୃଷ୍ଣଙ୍କ ସହିତ ଯୁଦ୍ଧ…. 

 
ବରଗଡ  : କୃଷ୍ଣବଳରାମ ବେନୀଭାଇ ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ ମଥୁରା ପହଂଚିବା ସହ ନଗର ଭ୍ରମଣରେ ବାହାରିଥିବା ସମୟରେ କଂସଙ୍କ ରଜକ ଓ ସୁଦାମା ମାଳୀ ସହିତ ସାକ୍ଷାତ ହୋଇଥିଲା ବରଗଡ ଧନୁଯାତ୍ରାର ଦଶମ ଦିନରେ । ସେହିପରି ପୂଜା କରିବାକୁ ଆସିଥିବା କୁବୁଜାକୁ ସ୍ପର୍ଶକରି ଅପୂର୍ବ ସୁନ୍ଦରୀରେ ପରିଣତ କରିଥିଲେ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ । ଅନ୍ୟ ପକ୍ଷରେ ମହାରାଜା କଂସ ସ୍ୱପ୍ନରେ କୃଷ୍ଣଙ୍କ ସହ ଯୁଦ୍ଧ କରି ଭୟଭୀତ ହୋଇ ପଡି ମଥୁରାର ଚତୁର୍ଦ୍ଦିଗରେ ସୈନ୍ୟ ସାମନ୍ତ ମୁତୟନ କରିଛନ୍ତି ଆସନ୍ନ ମୁତ୍ୟୁକୁ ନେଇ ।
ଧନୁଯାତ୍ରା ଦେଖିବା  ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ କୃଷ୍ଣ ବଳରାମ ଗୋପାଳ ବାଳକଙ୍କ ସହିତ ଭ୍ରମଣ ରେ ବାହାରିଥିଲେ ମଥୁରା କଟକ ।   ସେଥି ନିମନ୍ତେ ନିଜର ବସ୍ତ୍ର ବଦଳାଇ ରାଜକୀୟ ବସ୍ତ୍ର ପିନ୍ଧିବାକୁ ଇଚ୍ଛା ପ୍ରକାଶ କରି ରାମକୃଷ୍ଣ କଂସ ରାଜାଙ୍କ ରଜକକୁ ବସ୍ତ୍ର ମାଗିଥିଲେ । ହେଲେ କଂସ ପ୍ରକୃତି ଦ୍ୱାରା ପରିଚାଳିତ ରଜକ ରାଜକୀୟ ବସ୍ତ୍ର ଦେବାପାଇଁ ମନା କରିଥିଲେ । ଫଳରେ କୃଷ୍ଣ ରାଗରେ ରଜକଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ଥିଲେ । ପରେ ରାମକୃଷ୍ଣ ରାଜକୀୟ ପୋଷାକ ପରିଧାନ କରି ନଗର ଭ୍ରମଣ କରୁଥିବା ବେଳେ ସୁଦାମା ମାଳି ସହିତ ସାକ୍ଷାତ ହୋଇଥିଲା । ଭାବବିହ୍ୱଳ ସୁଦାମା ବେନିଭ୍ରାତାଙ୍କୁ ନାନା ପ୍ରକାର ସୁଗନ୍ଧିତ ଫୁଲରେ ସଜ୍ଜିତ କରିଦେଇ ଏକ ଅପୂର୍ବ ଶୋଭା ସୃଷ୍ଟି କରିଥିଲା । ଏହି ଦୃଶ୍ୟଟି ମଧ୍ୟ ଖଜୁରଟିକ୍ରାରେ ଆୟୋଜିତ ହୋଇଥିଲା । ବହୁ ମଥୁରାବାସୀଙ୍କ ସମାଗମ ହେବା ସହିତ ରାଜପଥର ବିଭିନ୍ନ ସ୍ଥାନରେ ରାମକୃଷ୍ଣଙ୍କୁ ପୂଜା କରାଯାଇଥିଲା । ଆଜିର ଏହି ଅନୁକ୍ରମରେ କୃଷ୍ଣ ବଳରାମ ଯାଉଥିବା ସମୟରେ ଏକ କୁଜ ଥିବା ନାରୀ, କୁବଜା ହଠାତ୍ ପ୍ରଭୁଙ୍କ ବାଟ ଉଗାଳି ସୁଗନ୍ଧିତ ଚନ୍ଦନ କୁଙ୍କୁମରେ ପ୍ରଭୁଙ୍କୁ ବେଶ କରିଥିଲା । କୁବଜାର ଏପରି ବାତ୍ସଲ୍ୟଭରା ପ୍ରିତୀରେ ତୃପ୍ତ ହୋଇ ଭଗବାନ କୃଷ୍ଣ ତାର କୁଜରେ ହାତ ବୁଲାଇ ଆଣିବା ପରେ ସହସା କୁଜ ନାରୀର ପିଠିରୁ ଉଠେଇଯାଇ ଏକ ସୁନ୍ଦର ନାରୀରେ ପରିଣତ ହୋଇଥିଲା ଏବଂ ସ୍ତ୍ରୀଲୋକଙ୍କୁ ଆନନ୍ଦାଶ୍ରୁ ସହିତ କୃଷ୍ଣବଳରାମଙ୍କୁ ପୂଜା କରି ଆନ୍ତରିକ ସଦିଚ୍ଛା ଜଣାଇ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା ।
ସେହିପରି ମଥୁରା ନଗରୀରେ ମହାରାଜା କଂସ ଆସନ୍ନ ମୁତ୍ୟୁ କୁ ନେଇ ବିଚଳିତ ହୋଇପଡିଛନ୍ତି । ବିଜୁଳି କନ୍ୟାର ଦୈବବାଣୀ କୁ ନେଇ ରାତିରେ ଠିକ୍ ଭାବରେ ନିଦ୍ରା ହେଉ ନ ଥିବା ବେଳେ ସୁରା ପାନ କରିଛନ୍ତି ମହାରାଜା । ପରେ ମହାରାଜା କଂସ ଶୋଇଥିବାବେଳେ ସ୍ୱପ୍ନରେ ଦେଖିଛନ୍ତି ଦେବକୀ, ବସୁଦେବ ଓ କୃଷ୍ଣକୁ ।  କଂସ କୃଷ୍ଣ ଙ୍କ ସହିତ ଗଦା ଯୁଦ୍ଧ , ମଲ୍ଲ ଯୁଦ୍ଧ କରି ସ୍ୱପ୍ନରେ ଦେଖିବାକୁ ପାଇଛନ୍ତି ନିଜ ମୁତ୍ୟୁ କୁ । ସେହିପରି ନିଜ ପ୍ରତିବିମ୍ବ ଦେଖି ଆହୁରି ଭୟଭୀତ ହୋଇ ପଡିଛନ୍ତି ମହାରାଜା କଂସ । ତେବେ ମଥୁରା ନଗରୀରେ ଆସନ୍ନ ବିପଦ ତଥା ନିଜ ମୁତ୍ୟୁ ଆଶଙ୍କାରେ ଚାରିଦିଗରେ ସୈନ୍ୟସାମନ୍ତ ମୁତୟନ କରିବା ସହ ନୃତ୍ୟ ଗୀତରେ ମସଗୁଲ ରହିଛନ୍ତି ମହାରାଜ କଂସ ।  ତେବେ ବରଗଡ ଧନୁଯାତ୍ରା ର ଦଶମ ଦିନରେ ପ୍ରବଳ ଜନସମାଗମ ହୋଇଥିବାବେଳେ ରାଜ ଦରବାରରେ ବିଲମ୍ବିତ ରାତି ପର୍ଯ୍ୟନ୍ତି ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲୋକନୃତ୍ୟ ପରିବେଷିତ ହୋଇଥିଲା । .
ଏଗାର ଦିନ ଧରି ଚାଲିଥିବା ଏହି ଖୋଲ ରଙ୍ଗମଂଚର ଶୁକ୍ରବାର ହେଉଛି ଅନ୍ତିମ ଦିବସ । କଂସ ବଧ ସହ ପରିସମାପ୍ତି ଘଟିବ ଏଗାର ଦିନ ଚାଲିଥିବା ମହାନାଟକର । ଅନ୍ତିମ ଦିନରେ କୃଷ୍ଣବଲରାମଙ୍କ ହସ୍ତରେ କୁବଲୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking